ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଗୋଠପାଟଣାସ୍ଥିତ ଟ୍ରିପଲ୍ ଆଇଟି (ଆଇଆଇଆଇଟି) ହଷ୍ଟେଲ୍ରୁ ଚୋରି ଅଭିଯୋଗ ହୋଇଛି। ଟ୍ରିପଲ୍ ଆଇଟିର ପ୍ରଥମ ବର୍ଷର ଛାତ୍ରମାନେ ରହୁଥିବା ହଷ୍ଟେଲ୍ ବ୍ଲକ୍ରୁ ଗତକାଲି ବଡ଼ ଧରଣର ଚୋରି ହୋଇଥିବା ଚନ୍ଦକା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ କିଛି ପିଲାଙ୍କ ଲାପ୍ଟପ୍, ମୋବାଇଲ୍ ଫୋନ୍, ଆଇପ୍ୟାଡ୍, ହାର୍ଡଡିସ୍କ ଓ ନଗଦ ଟଙ୍କା ଚୋରି ହୋଇଛି। ଚୋରି ହୋଇଥିବା ସାମଗ୍ରୀ ମଧ୍ୟରେ ରହିଛି ୫ଟି ଆଇଫୋନ୍।
ଗତକାଲି ପିଲାମାନେ ସେମିଷ୍ଟାର ପରୀକ୍ଷା ଦେବା ପାଇଁ ସକାଳ ସାଢ଼େ ଦଶଟାରୁ ଅପରାହ୍ନ ଗୋଟାଏ ମଧ୍ୟରେ କଲେଜକୁ ଯାଇଥିବା ବେଳେ ଚୋରି ହୋଇଥିବା କୁହାଯାଇଛି। ଏହି ସମୟ ମଧ୍ୟରେ ହଷ୍ଟେଲ୍କୁ ଆସିଥିବା ଲୋକଙ୍କ ଭିଡିଓ ଫୁଟେଜ୍ ହଷ୍ଟେଲ୍ ପକ୍ଷରୁ ପୋଲିସ୍କୁ ଦିଆଯାଇଛି। ପୋଲିସ୍ ଘଟଣାର ତଦନ୍ତ ଜାରି ରଖିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବାଇକ୍ରେ ଆସିଲେ, ସୁନା ଚେନ୍ ଝାମ୍ପି ନେଲେ
ବାଇକ୍ରେ ଆସିଲେ। ଆଖି ପିଛୁଳାକେ ସ୍ପଷ୍ଟ ଦିବାଲୋକରେ ଥାନା ସମ୍ମୁଖରୁ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲେ ।
Crime
ମଦ୍ୟପ ପୁଅର ନିର୍ଯାତନା ଅତିଷ୍ଠ କଲା, ଛୁରୀ ଭୁଷିଦେଲା ବାପା
ମଦ୍ୟପ ପୁଅର ନିର୍ଯାତନା ଅତିଷ୍ଠ କଲା। ଯେଉଁ ପୁଅ ବାପାର ସାହାରା ପାଲଟିବା କଥା, ସେ ମୁଣ୍ଡ ବିନ୍ଧାର କାରଣ ପାଲଟିଲା। ମଦ ନିଶାରେ ଚୁର ପୁଅର ସବୁବେଳେ କଲବଲ କରିବାରୁ ତାକୁ ରାସ୍ତାରୁ ସଫା କରିଦେଲା ବାପା।
Crime
ସ୍ୱାମୀ ପାଲଟିଗଲା ସଇତାନ, ସ୍ତ୍ରୀର ବେକ କାଟିଦେଲା
ଘରୋଇ କଳହରୁ ଘଟିଲା ବୀଭତ୍ସ ହତ୍ୟାକାଣ୍ଡ। ସ୍ୱାମୀ ପାଲଟିଗଲା ସଇତାନ । ସାତ ଜନ୍ମ ପାଇଁ ଯାହା ହାତ ଧରିଥିଲା ତା’ ବେକ କାଟି ଦେଲା।
Crime
ନିର୍ମାଣାଧୀନ ଘରୁ ବୋମା ଭର୍ତ୍ତି ବ୍ୟାଗ୍ ଜବତ, ଅଭିଯୁକ୍ତ ଚମ୍ପଟ
ପୁଲିସ୍କୁ ଦେଖି କିଛି ଯୁବକ ବ୍ୟାଗ ଛାଡି ଦୌଡ଼ି ପଳାଇଥିବା ବେଳେ ପୁଲିସ୍ ସେମାନଙ୍କ ସନ୍ଧାନ ଆରମ୍ଭ କରିଛି।
Crime
‘ଆଇନ ଛାତ୍ର ରାଗିଂ କରିବା ଅଶୋଭନୀୟ, ଅନାଥାଶ୍ରମରେ ସପ୍ତାହେ ପାଠ ପଢ଼ାଇବେ’
ଆବେଦନର ବିଚାର କରି ଆଇନ ଛାତ୍ରଙ୍କ ବିରୋଧରେ ନିମ୍ନ ଅଦାଲରେ ରୁଜୁ ହୋଇଥିବା ଫୌଜଦାରୀ ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ମାତ୍ର ଆଇନ ଛାତ୍ରଙ୍କ ଏପରି ଆଚରଣରେ କ୍ଷୋଭ ପ୍ରକାଶ କରିଛନ୍ତି ହାଇକୋର୍ଟ।