ଭୁବନେଶ୍ୱର: ଜିଜିପି କଲୋନୀରୁ ୨ ଅପରାଧୀ ଗିରଫ, ଗୋଟିଏ ମାଉଜର ଓ ଦୁଇଟି ଗୁଳି ଜବତ

ଭୁବନେଶ୍ୱର: କମିଶନରେଟ୍‌ ପୋଲିସର କୁଇକ୍‌ ଆକ୍ସନ୍‌ ଟିମ୍‌ ରବିବାର ଦୁଇ ଜଣ କୁଖ୍ୟାତ ଅପରାଧୀଙ୍କୁ ମଞ୍ଚେଶ୍ୱର ଥାନା ଜିଜିପି କଲୋନୀରୁ ଗିରଫ କରିଛନ୍ତି। ସେମାନେ ହେଲେ ମହେନ୍ଦ୍ର ସାହୁ ଓ ସୋନୁ ପଣ୍ଡା। ସେମାନଙ୍କ ନିକଟରୁ ଗୋଟିଏ ମାଉଜର ଓ ଦୁଇଟି ଗୁଳି ଜବତ କରାଯାଇଛି। ଏହି ଦୁଇ ଅପରାଧୀ ଜିଜିପି କଲୋନୀ ଅଞ୍ଚଳରେ ସନ୍ଦିଗ୍ଧ ଅବସ୍ଥାରେ ବିଚରଣ କରୁଥିବାବେଳେ କୁଇକ୍ ଆକ୍ସନ୍ ଟିମ୍‌ ହାବୁଡ଼ରେ ପଡ଼ିଥିଲେ। ସେମାନଙ୍କୁ ସର୍ଚ୍ଚ କରିବା ବେଳେ ମାଉଜର ମିଳିଥିଲା।  ଏହି […]

dakayat-arrested

Rakesh Mallick
  • Published: Sunday, 03 April 2016
  • , Updated: 03 April 2016, 02:17 PM IST

ଭୁବନେଶ୍ୱର: କମିଶନରେଟ୍‌ ପୋଲିସର କୁଇକ୍‌ ଆକ୍ସନ୍‌ ଟିମ୍‌ ରବିବାର ଦୁଇ ଜଣ କୁଖ୍ୟାତ ଅପରାଧୀଙ୍କୁ ମଞ୍ଚେଶ୍ୱର ଥାନା ଜିଜିପି କଲୋନୀରୁ ଗିରଫ କରିଛନ୍ତି। ସେମାନେ ହେଲେ ମହେନ୍ଦ୍ର ସାହୁ ଓ ସୋନୁ ପଣ୍ଡା। ସେମାନଙ୍କ ନିକଟରୁ ଗୋଟିଏ ମାଉଜର ଓ ଦୁଇଟି ଗୁଳି ଜବତ କରାଯାଇଛି।

ଏହି ଦୁଇ ଅପରାଧୀ ଜିଜିପି କଲୋନୀ ଅଞ୍ଚଳରେ ସନ୍ଦିଗ୍ଧ ଅବସ୍ଥାରେ ବିଚରଣ କରୁଥିବାବେଳେ କୁଇକ୍ ଆକ୍ସନ୍ ଟିମ୍‌ ହାବୁଡ଼ରେ ପଡ଼ିଥିଲେ। ସେମାନଙ୍କୁ ସର୍ଚ୍ଚ କରିବା ବେଳେ ମାଉଜର ମିଳିଥିଲା।  ଏହି ଦୁଇ ଅପରାଧୀଙ୍କ ନାମରେ ବିଭିନ୍ନ ଜିଲ୍ଲାର ଥାନାଗୁଡ଼ିକରେ ୧୦ରୁ ଅଧିକ ମାମଲା ରହିଥିବା ଜଣାପଡିଛି।

ଏମାନେ ଲୁଟ୍‌ ଉଦ୍ଦେଶ୍ୟରେ କିମ୍ବା ବନ୍ଧୁକ କାରବାର କିମ୍ବା ଅନ୍ୟ କେଉଁ ଅପରାଧ ପାଇଁ ଭୁବନେଶ୍ୱର ଆସିଥିଲେ ତାହା ସ୍ପଷ୍ଟ ହୋଇନାହିଁ। ଏମାନଙ୍କ ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି ବୋଲି କମିଶନରେଟ୍ ପୋଲିସ୍ ପକ୍ଷରୁ କୁହାଯାଇଛି।

Related story