ଭୁବନେଶ୍ୱରରେ ଡାକ୍ତର ଦମ୍ପତି ହତ୍ୟା ମାମଲା: ଚାକରାଣୀ ଟିକିନା ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ଶୈଳଶ୍ରୀବିହାର ଡାକ୍ତର ଦମ୍ପତି ହତ୍ୟାକାଣ୍ଡ ଘଟଣାରେ କମିଶନରେଟ୍ ପୋଲିସ୍ ଆଜି ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି। ସେ ହେଉଛି ଡାକ୍ତର ଦମ୍ପତିଙ୍କ ଚାକରାଣୀ ଟିକିନା। ଗତକାଲି ବିଳମ୍ବିତ ରାତିରେ ପୋଲିସ୍ ତା’ସ୍ୱାମୀ ଯବାନକୁ ଗିରଫ କରିଥିଲା। ଟିକିନା ଓ ତାଙ୍କ ସ୍ୱାମୀ ଯବାନକୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ୍ କମିଶନର ଆର.ପି ଶର୍ମା କହିଛନ୍ତି। ଆବଶ୍ୟକ ହେଲେ ସେମାନଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ସେ କହିଛନ୍ତି। ଟିକିନାର […]

tikina and docter murder case

Rakesh Mallick
  • Published: Thursday, 24 December 2015
  • , Updated: 24 December 2015, 01:24 PM IST

ଭୁବନେଶ୍ୱର: ଭୁବନେଶ୍ୱର ଶୈଳଶ୍ରୀବିହାର ଡାକ୍ତର ଦମ୍ପତି ହତ୍ୟାକାଣ୍ଡ ଘଟଣାରେ କମିଶନରେଟ୍ ପୋଲିସ୍ ଆଜି ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି। ସେ ହେଉଛି ଡାକ୍ତର ଦମ୍ପତିଙ୍କ ଚାକରାଣୀ ଟିକିନା। ଗତକାଲି ବିଳମ୍ବିତ ରାତିରେ ପୋଲିସ୍ ତା’ସ୍ୱାମୀ ଯବାନକୁ ଗିରଫ କରିଥିଲା। ଟିକିନା ଓ ତାଙ୍କ ସ୍ୱାମୀ ଯବାନକୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ୍ କମିଶନର ଆର.ପି ଶର୍ମା କହିଛନ୍ତି। ଆବଶ୍ୟକ ହେଲେ ସେମାନଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ସେ କହିଛନ୍ତି।

ଟିକିନାର ଗିରଫଦାରୀ ପରେ ଏହି ଘଟଣାରେ ସମସ୍ତ ୫ ଜଣ ଯାକ ଅଭିଯୁକ୍ତ  ଗିରଫ ହୋଇଛନ୍ତି। ପୂର୍ବରୁ ପୋଲିସ୍ ଆଉ ତିନି ଜଣଙ୍କୁ ଗିରଫ କରିଥିଲା। ଏହି ତିନି ଜଣଙ୍କ ମଧ୍ୟରେ ଥିଲେ ଡାକ୍ତର ଦମ୍ପତିଙ୍କର ଆଉ ଜଣେ ଚାକରାଣୀ ନିନି (୩୬), ତା ସ୍ୱାମୀ ମହମ୍ମଦ କମାଲ ଖାଁ ଓରଫ ମୁନା (୨୨) ଓ କିଶୋର ବେହେରା ଓରଫ ଟିମ୍ପା। କିଶୋର ନାଁରେ ପୂର୍ବରୁ ୧୫ଟି ମାମଲା ରହିଛି। ତାକୁ ବ୍ରହ୍ମପୁରର ଗୋପାଳପୁର ନିକଟସ୍ଥ ଏକ ଢାବା ଏବଂ ମୁନା ଓ ନିନିଙ୍କୁ ଟାଙ୍ଗୀଚୌଦ୍ୱାର ଅଞ୍ଚଳରୁ ଗିରଫ କରାଯାଇଥିଲା। ସେମାନଙ୍କ ନିକଟରୁ ୨୧୦୦ ଟଙ୍କା, ୬ଟି ସୁନା ଚୁଡ଼ି (ନିନି ପାଖରେ ଥିଲା), ଲୁଟ୍ ୪ଟି ମୋବାଇଲ୍ ମଧ୍ୟରୁ ୩ଟି ଜବତ କରାଯାଇଥିଲା। ହତ୍ୟାକାଣ୍ଡରେ ବ୍ୟବହୃତ ଏକ ଚାପଡ଼କୁ ମଧ୍ୟ ଜବତ କରିଛି ପୋଲିସ୍। ଟିକିନା ଓ ତା’ ସ୍ୱାମୀ ଯବାନ ଫେରାର ଥିବା ବେଳେ ଶେଷରେ ପୋଲିସ୍ ହାତରେ ଧରାପଡ଼ିଛନ୍ତି।

ଲୁଟ୍ ଉଦ୍ଦେଶ୍ୟ ରଖି ଏମାନେ ଡାକ୍ତର ଦମ୍ପତ୍ତିଙ୍କୁ ହତ୍ୟା କରିଥିଲେ ବୋଲି ଡିସେମ୍ବର ୧୯ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ୍ କମିଶନର ଆର.ପି ଶର୍ମା ସୂଚନା ଦେଇଥିଲେ। ସେ କହିଥିଲେ, ଏହି ୫ ଅଭିଯୁକ୍ତ ଡାକ୍ତର ଦମ୍ପତିଙ୍କୁ ହତ୍ୟା କରିବା ପରେ  ୨୪ ହଜାର ନଗଦ ଟଙ୍କା, ଗୋଟିଏ ସୁନା ଚେନ୍, ୬ଟି ସୁନା ଚୁଡ଼ି, ଗୋଟିଏ ହାର, ଗୋଟିଏ ମୁଦି, ଗୋଟିଏ ହଳ କାନ ଫୁଲ ଓ ୪ଟି ମୋବାଇଲ୍ ନେଇ ଯାଇଥିଲେ।

Related story