ଭୁବନେଶ୍ୱର: ଭୁବନେଶ୍ୱର ମଞ୍ଚେଶ୍ୱର ସ୍ଥିତ ମନସ୍ୟା ଆସୋସିଏଟର ଡାଲି ଗୋଦାମରେ ଚଢ଼ାଉ ପରେ ତାକୁ ସିଲ୍ କରି ତଦନ୍ତ କରୁଛି ଯୋଗାଣ ବିଭାଗ। ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଏହି ସୂଚନା ଦେଇ କହିଛନ୍ତି ଯେ, ଗୋଦାମ୍ ମାଲିକଙ୍କୁ ଏକ ଷ୍ଟକ ଲିମିଟ୍ ମଗାଯିବ। ଏହାପରେ ତଦନ୍ତ କରି ଅନିୟମିତତା ଥିବା ଜଣାପଡ଼ିଲେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ଗତକାଲି ଏହି ଗୋଦାମରେ ଖାଦ୍ୟ ଓ ଯୋଗାଣ ବିଭାଗ ଚଢ଼ଉ କରିଥିଲା। ଏହି ସମୟରେ ଗୋଦାମରେ ଗଚ୍ଛିତ ଥିଲା ୧୮ଶହ ୭କୁଇଣ୍ଟାଲ୍ ଡାଲି। ବେଆଇନ୍ ଭାବେ ଏସବୁ ଡାଲିକୁ ମହଜୁଦ୍ ରଖିଥିବା ଅଭିଯୋଗରେ ଏଡିଏମ୍ ଓ ପୋଲିସ୍ ଉପସ୍ଥିତିରେ ଏଠାରେ ଚଢ଼ଉ କରାଯାଇଥିଲା। ସରକାରୀ ନିୟମ ଅନୁସାରେ ଗୋଦାମରେ ୭୫୦କୁଇଣ୍ଟାଲ ଡାଲି ଜାତୀୟ ଶସ୍ୟ ମହଜୁଦ୍ ରଖାଯାଇପାରିବ।