ଭୁବନେଶ୍ୱର: ୧୬ଟି ହଜାରେ ଟଙ୍କିଆ ଜାଲ ନୋଟ ଜବତ, ଜଣେ ଅଟକ

ଭୁବନେଶ୍ୱର: ବମିଖାଲ ଅଞ୍ଚଳରୁ ଶନିବାର ରାତିରେ କମିଶନରେଟ ପୋଲିସ ଜଣେ ଯୁବକଙ୍କ ଠାରୁ ୧୬ଟି ହଜାରେ ଟଙ୍କିଆ ଜାଲନୋଟ ଜବତ କରିଛି।  ଯୁବକ ଜଣକ ମୋବାଇଲ କିଣିବାକୁ ଆସିଥିବା ବେଳେ କମିଶନରେଟ ପୋଲିସ ଏହି ଜାଲ ନୋଟ ଜବତ କରିଥିଲା। ସହିଦ ନଗର ପୋଲିସ ଯୁବକଙ୍କୁ ଅଟକ ରଖି ଜାଲନୋଟ ସମ୍ପର୍କରେ ତନାଘନା ଜାରି ରଖିଛି। ଅଟକ ଯୁବକ ଜଣକଙ୍କ ଘର ପଶ୍ଚିମବଙ୍ଗରେ ବୋଲି ଜଣାପଡ଼ିଛି। ତେବେ ଦୋକାନୀଙ୍କ ସନ୍ଦେହ ହେବାରୁ ସେ ଥାନାକୁ ଫୋନ କରିଥିଲେ। ପୋଲିସ […]

jal 8

Rakesh Mallick
  • Published: Sunday, 01 November 2015
  • , Updated: 01 November 2015, 02:47 AM IST

ଭୁବନେଶ୍ୱର: ବମିଖାଲ ଅଞ୍ଚଳରୁ ଶନିବାର ରାତିରେ କମିଶନରେଟ ପୋଲିସ ଜଣେ ଯୁବକଙ୍କ ଠାରୁ ୧୬ଟି ହଜାରେ ଟଙ୍କିଆ ଜାଲନୋଟ ଜବତ କରିଛି।  ଯୁବକ ଜଣକ ମୋବାଇଲ କିଣିବାକୁ ଆସିଥିବା ବେଳେ କମିଶନରେଟ ପୋଲିସ ଏହି ଜାଲ ନୋଟ ଜବତ କରିଥିଲା। ସହିଦ ନଗର ପୋଲିସ ଯୁବକଙ୍କୁ ଅଟକ ରଖି ଜାଲନୋଟ ସମ୍ପର୍କରେ ତନାଘନା ଜାରି ରଖିଛି। ଅଟକ ଯୁବକ ଜଣକଙ୍କ ଘର ପଶ୍ଚିମବଙ୍ଗରେ ବୋଲି ଜଣାପଡ଼ିଛି। ତେବେ ଦୋକାନୀଙ୍କ ସନ୍ଦେହ ହେବାରୁ ସେ ଥାନାକୁ ଫୋନ କରିଥିଲେ। ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଥାନାକୁ ନେବା ସହ ଜାଲନୋଟ ରାକେଟର ସମ୍ପର୍କରେ ଖୋଳତାଡ଼ କରୁଛି।

Related story