ଭୁବନେଶ୍ୱର: ହୋଟେଲରୁ ମୃତଦେହ ଉଦ୍ଧାର, ଜଣେ ଅଟକ

ଭୁବନେଶ୍ୱର: ମାଷ୍ଟରକ୍ୟାଣ୍ଟିନ ଲଜ୍‌ରେ ଘଟିଥିବା ବିଭତ୍ସ ହତ୍ୟାକାଣ୍ଡ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘଟିଛି। ପ୍ରାଥମିକ ତଦନ୍ତରୁ ଏହା ଜଣାପଡିଥିବା କମିଶନରେଟ୍‌ ପୋଲିସ କହିଛି। ମୃତକ ଜଣଙ୍କ ହେଲେ ବୌଦ୍ଧ ଜିଲ୍ଲା ବାଉଁଶୁଣୀର ଯୁକ୍ତତିନି ଛାତ୍ର ଗୌରୀଶଙ୍କର ତନ୍ତୀ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସମ୍ପର୍କୀୟ ଭାଇ ସରୋଜ ଭବସାଗର ଗତକାଲି ଗୌରୀଶଙ୍କରଙ୍କୁ ଗଳାକାଟି ହତ୍ୟା କରିଥିବା ପୋଲିସ କହିଛି। ଏହି ଘଟଣାରେ ପୋଲିସ ସରୋଜକୁ ଅଟକ ରଖି ପଚରାଉଚରା କରୁଛି। ପେସାରେ ଶିକ୍ଷକ ଥିବା ସରୋଜ ଓ […]

bhubanswer

Rakesh Mallick
  • Published: Wednesday, 10 August 2016
  • , Updated: 10 August 2016, 10:32 PM IST

ଭୁବନେଶ୍ୱର: ମାଷ୍ଟରକ୍ୟାଣ୍ଟିନ ଲଜ୍‌ରେ ଘଟିଥିବା ବିଭତ୍ସ ହତ୍ୟାକାଣ୍ଡ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘଟିଛି। ପ୍ରାଥମିକ ତଦନ୍ତରୁ ଏହା ଜଣାପଡିଥିବା କମିଶନରେଟ୍‌ ପୋଲିସ କହିଛି। ମୃତକ ଜଣଙ୍କ ହେଲେ ବୌଦ୍ଧ ଜିଲ୍ଲା ବାଉଁଶୁଣୀର ଯୁକ୍ତତିନି ଛାତ୍ର ଗୌରୀଶଙ୍କର ତନ୍ତୀ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସମ୍ପର୍କୀୟ ଭାଇ ସରୋଜ ଭବସାଗର ଗତକାଲି ଗୌରୀଶଙ୍କରଙ୍କୁ ଗଳାକାଟି ହତ୍ୟା କରିଥିବା ପୋଲିସ କହିଛି। ଏହି ଘଟଣାରେ ପୋଲିସ ସରୋଜକୁ ଅଟକ ରଖି ପଚରାଉଚରା କରୁଛି।

ପେସାରେ ଶିକ୍ଷକ ଥିବା ସରୋଜ ଓ ଗୌରୀଶଙ୍କର ଗତକାଲି ସକାଳେ ମାଷ୍ଟରମ୍ୟାଣ୍ଟିନ ଆସି ତାରା ରେସିଡେନ୍ସିରେ ଏକ ନମ୍ବର ରୁମ୍‌ ଭଡ଼ାରେ ନେଇ ରହିଥିଲେ। ସନ୍ଧ୍ୟାରେ ସରୋଜ ହଠାତ୍‌ ରିସେପସନ୍‌କୁ ଆସି ପୋଲିସକୁ ଡାକିବାକୁ କହିଥିଲେ। ଲଜିଂ କର୍ମଚାରୀ ପୋଲିସ ଡାକିବାରେ ବିଳମ୍ବ କରିବାରୁ ସରୋଜ ନିଜେ ପୋଲିସକୁ ଫୋନ କରିଥିଲେ। ପୋଲିସ ଆସିବା ପରେ ହତ୍ୟାକାଣ୍ଡ ସମ୍ପର୍କରେ ଜଣାପଡିଥିଲା।

ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି, “ସାଇଣ୍ଟିଫିକ ଟିମ୍‌ ଘଟଣା ସ୍ଥଳରେ ଯାଞ୍ଚ କରିବା ସହ ନମୁନା ସଂଗ୍ରହ କରିଛି। ଏକ  ଛୁରୀ ସାହାଯ୍ୟରେ ସରୋଜ ଗୌରୀଶଙ୍କରଙ୍କ ତଣ୍ଟି କାଟିଥିବା ଜଣାପଡିଛି। ହତ୍ୟା କରିବା ପରେ ସରୋଜ ଛୁରୀକୁ ପାଇଖାନାରେ ଲୁଚାଇ ରଖିଥିଲା।”

Related story