ଭୁବନେଶ୍ୱର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର: ଭୁବନେଶ୍ୱର ପ୍ରଭୁଜୀ ଇଂଲିଶ ମିଡିୟମ ସ୍କୁଲର ଯୁକ୍ତଦୁଇ ବାଣିଜ୍ୟ ଛାତ୍ର ରାକେଶ ଦାସଙ୍କୁ ସୋମବାର ମରଣାନ୍ତକ ଆକ୍ରମଣ ହୋଇଛି। ଟିୟୁସନରୁ ଫେରୁଥିବା ବେଳେ ଭିଏସଏସ୍ ନଗରଠାରେ ରାକେଶଙ୍କୁ ଗୋଡାଇ ଗୋଡାଇ ଖଣ୍ଡାରେ ଆକ୍ରମଣ କରାଯାଇ ଥିବା ଅଭିଯୋଗ ହୋଇଛି। ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ରଙ୍ଗମାଟିଆ ଗାଁର ପପୁ ପରିଡା ନାମକ ଜଣେ ଯୁବକ ଏହି ଆକ୍ରମଣ କରିଥିବା […]

bhu

Rakesh Mallick
  • Published: Tuesday, 15 December 2015
  • , Updated: 15 December 2015, 07:49 AM IST

ଭୁବନେଶ୍ୱର: ଭୁବନେଶ୍ୱର ପ୍ରଭୁଜୀ ଇଂଲିଶ ମିଡିୟମ ସ୍କୁଲର ଯୁକ୍ତଦୁଇ ବାଣିଜ୍ୟ ଛାତ୍ର ରାକେଶ ଦାସଙ୍କୁ ସୋମବାର ମରଣାନ୍ତକ ଆକ୍ରମଣ ହୋଇଛି। ଟିୟୁସନରୁ ଫେରୁଥିବା ବେଳେ ଭିଏସଏସ୍ ନଗରଠାରେ ରାକେଶଙ୍କୁ ଗୋଡାଇ ଗୋଡାଇ ଖଣ୍ଡାରେ ଆକ୍ରମଣ କରାଯାଇ ଥିବା ଅଭିଯୋଗ ହୋଇଛି। ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ରଙ୍ଗମାଟିଆ ଗାଁର ପପୁ ପରିଡା ନାମକ ଜଣେ ଯୁବକ ଏହି ଆକ୍ରମଣ କରିଥିବା ମଞ୍ଚେଶ୍ୱର ଥାନାରେ ଅଭିଯୋଗ ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ କରାଯାଇଥିବା ରାକେଶଙ୍କ ବାପା କହିଛନ୍ତି ।

Related story