ଭୁବନେଶ୍ୱର: ଗୀତ ବଜାଇବାକୁ କେନ୍ଦ୍ର କରି ବରଯାତ୍ରୀଙ୍କ ଉପରକୁ ସ୍ଥାନୀୟ ଲୋକଙ୍କ ଆକ୍ରମଣ

ଭୁବନେଶ୍ୱର: ଭୁବନେଶ୍ୱର ଭୀମଟାଙ୍କି ଅଞ୍ଚଳରେ ବରଯାତ୍ରୀ ଶୋଭାଯାତ୍ରା ଯାଉଥିବାବେଳେ ଗୀତ ବଜାଇବାକୁ କେନ୍ଦ୍ର କରି ବରଯାତ୍ରୀଙ୍କ ଉପରକୁ ସ୍ଥାନୀୟ ଲୋକେ ଆକ୍ରମଣ କରିଛନ୍ତି। ବରଯାତ୍ରୀର ଆଶୁତୋଷ ସ୍ୱାଇଁ ନାମକ ଜଣେ  ଯୁବକଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିବା ସହ ଗାଡି ଓ ଲାଇଟ୍ ଭଙ୍ଗାରୁଜା ମଧ୍ୟ କରିଥିଲେ। ଫଳରେ ବରଯାତ୍ରୀମାନେ ସେଠାରୁ ଚାଲି ଯାଇଥିଲେ। ପରେ ଘଟଣାକୁ ନେଇ ସୁନ୍ଦରପଦା ଓ ଭୀମଟାଙ୍କି ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉଭୟ ଅଞ୍ଚଳର ଲୋକ ଠେଙ୍ଗାବାଡି ଧରି ମୁହାଁମୁହିଁ […]

attack

Rakesh Mallick
  • Published: Thursday, 21 April 2016
  • , Updated: 21 April 2016, 04:09 AM IST

ଭୁବନେଶ୍ୱର: ଭୁବନେଶ୍ୱର ଭୀମଟାଙ୍କି ଅଞ୍ଚଳରେ ବରଯାତ୍ରୀ ଶୋଭାଯାତ୍ରା ଯାଉଥିବାବେଳେ ଗୀତ ବଜାଇବାକୁ କେନ୍ଦ୍ର କରି ବରଯାତ୍ରୀଙ୍କ ଉପରକୁ ସ୍ଥାନୀୟ ଲୋକେ ଆକ୍ରମଣ କରିଛନ୍ତି। ବରଯାତ୍ରୀର ଆଶୁତୋଷ ସ୍ୱାଇଁ ନାମକ ଜଣେ  ଯୁବକଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିବା ସହ ଗାଡି ଓ ଲାଇଟ୍ ଭଙ୍ଗାରୁଜା ମଧ୍ୟ କରିଥିଲେ। ଫଳରେ ବରଯାତ୍ରୀମାନେ ସେଠାରୁ ଚାଲି ଯାଇଥିଲେ।

ପରେ ଘଟଣାକୁ ନେଇ ସୁନ୍ଦରପଦା ଓ ଭୀମଟାଙ୍କି ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉଭୟ ଅଞ୍ଚଳର ଲୋକ ଠେଙ୍ଗାବାଡି ଧରି ମୁହାଁମୁହିଁ  ହେବାକୁ ପ୍ରସ୍ତୁତ ହେଉଥିବାବେଳେ ପୋଲିସ୍ ପହଞ୍ଚିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।

ବରଯାତ୍ରୀଙ୍କ ଉପରକୁ ଆକ୍ରମଣ ଘଟଣାକୁ ନେଇ ଏୟାରଫିଲ୍ଡ ଥାନାରେ ଅଭିଯୋଗ ହୋଇଛି।

Related story