ଭୁବନେଶ୍ୱର: କାରରୁ  ସାଢେ ୪ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ

ଭୁବନେଶ୍ୱର: ଭୁବନେଶ୍ୱର କଳ୍ପନା ଛକ ନିକଟରେ ଏକ କାର୍ ଭିତରୁ ସାଢେ଼ ୪ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଚନ୍ଦ୍ରଶେଖରପୁର ଅଞ୍ଚଳର ପ୍ରତାପ ମଲ୍ଲିକ ବୁଧବାର ଅପରାହ୍ନରେ ପୁଷ୍ପକ ହୋଟେଲ ଆଗରେ କାର୍ ପାର୍କିଂ କରି ହୋଟେଲ ଭିତରକୁ ଯାଇଥିଲେ। ତେବେ ଫେରିବା ବେଳକୁ ତାଙ୍କ କାର୍ ଚକ ପମ୍ପଚର୍ ହୋଇ ଯାଇଥିଲା। ଏହାକୁ ମରାମତି କରିବା ପାଇଁ ସେ କାର୍ ବାହାରକୁ ଆସିଥିଲେ। ତେବେ ପରେ କାର୍ ଭିତରୁ ଟଙ୍କା ନ ପାଇବାରୁ ସନ୍ଦେହରେ […]

car loot

Rakesh Mallick
  • Published: Thursday, 10 December 2015
  • , Updated: 10 December 2015, 10:45 AM IST

ଭୁବନେଶ୍ୱର: ଭୁବନେଶ୍ୱର କଳ୍ପନା ଛକ ନିକଟରେ ଏକ କାର୍ ଭିତରୁ ସାଢେ଼ ୪ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଚନ୍ଦ୍ରଶେଖରପୁର ଅଞ୍ଚଳର ପ୍ରତାପ ମଲ୍ଲିକ ବୁଧବାର ଅପରାହ୍ନରେ ପୁଷ୍ପକ ହୋଟେଲ ଆଗରେ କାର୍ ପାର୍କିଂ କରି ହୋଟେଲ ଭିତରକୁ ଯାଇଥିଲେ। ତେବେ ଫେରିବା ବେଳକୁ ତାଙ୍କ କାର୍ ଚକ ପମ୍ପଚର୍ ହୋଇ ଯାଇଥିଲା। ଏହାକୁ ମରାମତି କରିବା ପାଇଁ ସେ କାର୍ ବାହାରକୁ ଆସିଥିଲେ। ତେବେ ପରେ କାର୍ ଭିତରୁ ଟଙ୍କା ନ ପାଇବାରୁ ସନ୍ଦେହରେ ହୋଟେଲରେ ଲାଗିଥିବା ସିସିଟିଭି ଯାଞ୍ଚ କରିଥିଲେ। ୨ଜଣ ଲୁଟେରା କାର୍ ଭିତରୁ ଟଙ୍କା ଧରି ଫେରାର ହୋଇ ଯାଇଥିବା ସିସିଟିଭି ଫୁଟେଜରୁ ଜାଣିବା ପରେ ସେ ଲକ୍ଷ୍ମୀ ସାଗର ଥାନାରେ ଏତଲା ଦେଇଛନ୍ତି। ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।

ଗତ ୭ ତାରିଖରେ ଭୁବନେଶ୍ୱର ସହିଦ ନଗର ଅଞ୍ଚଳରେ ଘଟିଥିବା ସାଢେ ୫ଲକ୍ଷ ଟଙ୍କା ଲୁଟର ସିସିଟିଭି ଫୁଟେଜର ଫଟୋ ବୁଧବାର କମିଶନରେଟ ପୋଲିସ ଜାରି କରିଛି । ଜଣେ ବ୍ୟବସାୟୀଙ୍କ କାର୍ କାଚ ଭାଙ୍ଗି ଲୁଟେରାମାନେ ଟଙ୍କା ନେଇଯାଇଥିବା ପୋଲିସ୍ ସନ୍ଦେହ କରୁଥିଲା। ସିସିଟିଭି ଫୁଟେଜରେ ଲୁଟର ପୂରା ଚିତ୍ର ରେକର୍ଡ ହୋଇଛି। ଲୁଟେରାଙ୍କ ଅପରେସନ୍ ଷ୍ଟାଇଲରୁ ସେମାନେ ରାଜ୍ୟ ବାହାରର ବୋଲି ପୋଲିସ୍ ସନ୍ଦେହ କରୁଛି।

Related story