ବାରିପଦା: ଦୁର୍ଗାପୂଜା ଭସାଣି ବେଳେ ଯୁବକଙ୍କ ଭୁଜାଲି ମାଡ଼ରେ ୫ ଆହତ

ବାରିପଦା:  ଦୁର୍ଗାପୂଜା ମେଢ଼ ଭସାଣ ବେଳେ ବାରିପଦାର ତଖତପୁରଠାରେ ଘଟିଛି ଅଘଟଣ। ଜଣେ ଯୁବକଙ୍କ ଭୁଜାଲି ମାଡ଼ରେ ୫ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆକ୍ରମଣ କରିଥିବା ଯୁବକ ଫେରାର ହୋଇଯାଇଛି। ଏହି ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ମିଳିଥିବା ସୂଚନା ଅନୁଯାୟୀ ଯୁବକ ଜଣଙ୍କ ଗତକାଲି ସ୍ଥାନୀୟ ଅଞ୍ଚଳରୁ ଜଣଙ୍କଠାରୁ ମୋବାଇଲ୍ ଛଡ଼ାଇ ନେଉଥିବା ବେଳେ ପୂଜା କମିଟିର ପିଲାମାନେ […]

baripada

Rakesh Mallick
  • Published: Friday, 23 October 2015
  • , Updated: 23 October 2015, 05:38 PM IST

ବାରିପଦା:  ଦୁର୍ଗାପୂଜା ମେଢ଼ ଭସାଣ ବେଳେ ବାରିପଦାର ତଖତପୁରଠାରେ ଘଟିଛି ଅଘଟଣ। ଜଣେ ଯୁବକଙ୍କ ଭୁଜାଲି ମାଡ଼ରେ ୫ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆକ୍ରମଣ କରିଥିବା ଯୁବକ ଫେରାର ହୋଇଯାଇଛି। ଏହି ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା।

ମିଳିଥିବା ସୂଚନା ଅନୁଯାୟୀ ଯୁବକ ଜଣଙ୍କ ଗତକାଲି ସ୍ଥାନୀୟ ଅଞ୍ଚଳରୁ ଜଣଙ୍କଠାରୁ ମୋବାଇଲ୍ ଛଡ଼ାଇ ନେଉଥିବା ବେଳେ ପୂଜା କମିଟିର ପିଲାମାନେ ତାକୁ କାବୁ କରି ମୋବାଇଲଟି ଛଡ଼ାଇ ଆଣିଥିଲେ। ଯୁବକ ଜଣଙ୍କ ସେହି ରାଗ ରଖି ଆଜି ସନ୍ଧ୍ୟାରେ ଦୁର୍ଗା ପୂଜା ମୂର୍ତ୍ତି ବିସର୍ଜନ ବେଳେ ଭୁଜାଲି ଦ୍ୱାରା ଅତର୍କିତ ଆକ୍ରମଣ କରିଥିଲେ।  ତାଙ୍କ ଭୁଜାଲି ମାଡ଼ରେ ୫ ଜଣ ଆହତ ହୋଇଛନ୍ତି।

Related story