ଡି-ବଦର୍ସ ସହଯୋଗୀ ଭୁଆଁକୁ ଜାମିନ

କଟକ: ଡି-ବ୍ରଦର୍ସଙ୍କ ସହଯୋଗୀ ପ୍ରମୋଦ ପାତ୍ର ଓରଫ ଭୁଆଁକୁ ଆଜି ହାଇକୋର୍ଟ ସର୍ତ୍ତମୁଳକ ଜାମିନ ପ୍ରଦାନ କରିଛନ୍ତି। ୧୦ ହଜାର ଟଙ୍କ।ର ଜଣେ ଜାମିନଦାରଙ୍କ ବଦଳରେ ସେ ଜାମିନରେ ପାଇପାରିବେ ବୋଲି ହାଇକୋର୍ଟ କହିଛନ୍ତି। ତେବେ ଅନୁରୂପ ଅପରାଧରେ ସାମିଲ ନ ହେବାକୁ ହାଇକୋର୍ଟ ସର୍ତ୍ତ ରଖିଛନ୍ତି। ବାଦାମବାଡି ବସଷ୍ଟାଣ୍ଡରୁ ଦାଦାବଟି ଆଦାୟ ନେଇ ଭୁବନେଶ୍ୱର ମିନି ବସ ଆସୋସିଏସନ ପକ୍ଷରୁ ଦାୟର ମାମଲାରେ ଭୁଆଁକୁ ଏହି ଜାମିନ ମିଳିଛି। ଉଭୟ ପକ୍ଷ ମଧ୍ୟରେ ମାମଲାର ଆପୋଷ […]

high court

Rakesh Mallick
  • Published: Tuesday, 28 June 2016
  • , Updated: 28 June 2016, 10:16 PM IST

କଟକ: ଡି-ବ୍ରଦର୍ସଙ୍କ ସହଯୋଗୀ ପ୍ରମୋଦ ପାତ୍ର ଓରଫ ଭୁଆଁକୁ ଆଜି ହାଇକୋର୍ଟ ସର୍ତ୍ତମୁଳକ ଜାମିନ ପ୍ରଦାନ କରିଛନ୍ତି। ୧୦ ହଜାର ଟଙ୍କ।ର ଜଣେ ଜାମିନଦାରଙ୍କ ବଦଳରେ ସେ ଜାମିନରେ ପାଇପାରିବେ ବୋଲି ହାଇକୋର୍ଟ କହିଛନ୍ତି। ତେବେ ଅନୁରୂପ ଅପରାଧରେ ସାମିଲ ନ ହେବାକୁ ହାଇକୋର୍ଟ ସର୍ତ୍ତ ରଖିଛନ୍ତି।

ବାଦାମବାଡି ବସଷ୍ଟାଣ୍ଡରୁ ଦାଦାବଟି ଆଦାୟ ନେଇ ଭୁବନେଶ୍ୱର ମିନି ବସ ଆସୋସିଏସନ ପକ୍ଷରୁ ଦାୟର ମାମଲାରେ ଭୁଆଁକୁ ଏହି ଜାମିନ ମିଳିଛି। ଉଭୟ ପକ୍ଷ ମଧ୍ୟରେ ମାମଲାର ଆପୋଷ ସମାଧାନ ହୋଇଥିବା ନେଇ ଏତାଲାକାରୀଙ୍କ ପକ୍ଷରୁ ଏକ ସତ୍ୟପାଠ ଦାଖଲ କରାଯାଇଥିଲା। ଏହି ଆଧାରରେ ଭୁଆଁକୁ ଜାମିନ ମିଳିଥିବା ସୁଚନା ମିଳିଛି।

ତେବେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ଏତଲାକାରୀ ଏହି ସତ୍ୟପାଠର ନକଲ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଡି-ବ୍ରର୍ଦସଙ୍କ ସହଯୋଗୀ ଭାବେ ସୋଲା ଓରଫ ସୁଲେଖ ସାହୁ ଓ ଯୁଗପ୍ରକାଶ କାନୁନଗୋଙ୍କ ପରେ ତୃତୀୟ ବ୍ୟକ୍ତି ଭାବେ ଏବେ ଭୁଆଁକୁ ଜାମିନ ମିଳିଛି। କିନ୍ତୁ ଭୁଆଁଙ୍କ ନାମରେ ଥିବା ଅନ୍ୟ ମାମଲା ଗୁଡିକରେ ତାଙ୍କୁ ଜାମିନ ମିଳି ନ ଥିବାରୁ ସେ ଏବେ ଜେଲରେ ରହିବେ।

Related story