ବିଜିପୁରରେ ଯୁବତୀଙ୍କୁ ହତ୍ୟା ଘଟଣା: ଦୁଇ ଗିରଫ

ନୟାଗଡ଼: ନୟାଗଡ଼ ଜିଲ୍ଲା ବିଜିପୁରରେ ଯୁବତୀଙ୍କ ଗଳାକାଟି ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ୍। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଲକ୍ଷ୍ମୀଧର ବେହେରା ଓ ପ୍ରଦୀପ ପ୍ରଧାନ। ପ୍ରେମରେ ବିଫଳ ହୋଇ ସଦର ଥାନା ଅନ୍ତର୍ଗତ ବାରପଲ୍ଲା ଗାଁର ଲକ୍ଷ୍ମୀଧର ଏହି ହତ୍ୟା କରିଥିବା ନୟାଗଡ଼ ଏସ୍‌ପି ମନୋରଞ୍ଜନ ମହାନ୍ତି କହିଛନ୍ତି। ଲକ୍ଷ୍ମୀଧରକୁ ଘଟଣାସ୍ଥଳକୁ ନେବାରେ ସାହଯ୍ୟ କରିଥିବା ତା’ର ସହଯୋଗୀ ପ୍ରଦୀପ ପ୍ରଧାନଙ୍କୁ ମଧ୍ୟ ଗିରଫ କରାଯାଇଛି। ହତ୍ୟାକାଣ୍ଡରେ ବ୍ୟବହୃତ […]

bijipur-murderer

Rakesh Mallick
  • Published: Tuesday, 24 May 2016
  • , Updated: 24 May 2016, 04:18 AM IST

ନୟାଗଡ଼: ନୟାଗଡ଼ ଜିଲ୍ଲା ବିଜିପୁରରେ ଯୁବତୀଙ୍କ ଗଳାକାଟି ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ୍। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଲକ୍ଷ୍ମୀଧର ବେହେରା ଓ ପ୍ରଦୀପ ପ୍ରଧାନ।

ପ୍ରେମରେ ବିଫଳ ହୋଇ ସଦର ଥାନା ଅନ୍ତର୍ଗତ ବାରପଲ୍ଲା ଗାଁର ଲକ୍ଷ୍ମୀଧର ଏହି ହତ୍ୟା କରିଥିବା ନୟାଗଡ଼ ଏସ୍‌ପି ମନୋରଞ୍ଜନ ମହାନ୍ତି କହିଛନ୍ତି। ଲକ୍ଷ୍ମୀଧରକୁ ଘଟଣାସ୍ଥଳକୁ ନେବାରେ ସାହଯ୍ୟ କରିଥିବା ତା’ର ସହଯୋଗୀ ପ୍ରଦୀପ ପ୍ରଧାନଙ୍କୁ ମଧ୍ୟ ଗିରଫ କରାଯାଇଛି। ହତ୍ୟାକାଣ୍ଡରେ ବ୍ୟବହୃତ ଏକ ବାଇକ୍‌କୁ ପୋଲିସ୍ ଜବତ କରିଛି।

ଚଳିତ ମାସ ୧୦ ତାରିଖରେ ଇଟାମାଟି ଥାନା ଅନ୍ତର୍ଗତ ବିଜିପୁର ନିକଟ ଧାନ କ୍ଷେତରୁ ମାନିନୀ ପ୍ରଧାନ (୧୯) ନାମକ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମାନିନୀଙ୍କ ଗଳାକାଟି ହତ୍ୟା କରାଯାଇଥିଲା। ଯୁବତୀ ଜଣଙ୍କ ବୋଲଗଡ଼ କଲେଜରେ ଯୁକ୍ତ ୨ର ଛାତ୍ରୀ ଥିଲେ।

Related story