ବଲାଙ୍ଗିର: ଚାଷୀଙ୍କଠାରୁ ଲାଞ୍ଚ ନେଇ କିରାଣି ଗିରଫ

ବଲାଙ୍ଗିର: ବଲାଙ୍ଗିର ଜିଲା ପୁଇଁନ୍ତଲା ତହସିଲ୍‌ର କନିଷ୍ଠ କିରାଣି ଭକ୍ତଚରଣ ଧରୁଆ ଦୁଇ ଜଣ ଚାଷୀଙ୍କ ଠାରୁ ହଜାରେ ଟଙ୍କ। ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ପୁଇଁନ୍ତଲା ବ୍ଳକ୍ ବନ୍ଧପଡା ପଂଚାୟତ ଉତ୍ତରବାହାଲ୍ ଗାଁର ଚାଷୀ ନାରାୟଣ ଅମାତ ଓ ହୃଷିକେଶ ଅମାତଙ୍କୁ ମରୁଡ଼ି ସହାୟତା ଟଙ୍କ। ପ୍ରଦାନ ପାଇଁ ବାରମ୍ୱାର ହଇରାଣ କରୁଥିଲେ ଧରୁଆ। ପ୍ରଥମେ ଶହେ ଟଙ୍କା ଏବଂ ପରେ ଜଣଙ୍କୁ ପାଞ୍ଚ ଶହ ଟଙ୍କ। ଲାଞ୍ଚ ମାଗିଥିଲେ। ଏ ସଂର୍ପକରେ ଦୁଇ […]

junior-clerk

Rakesh Mallick
  • Published: Friday, 13 May 2016
  • , Updated: 13 May 2016, 11:48 AM IST

ବଲାଙ୍ଗିର: ବଲାଙ୍ଗିର ଜିଲା ପୁଇଁନ୍ତଲା ତହସିଲ୍‌ର କନିଷ୍ଠ କିରାଣି ଭକ୍ତଚରଣ ଧରୁଆ ଦୁଇ ଜଣ ଚାଷୀଙ୍କ ଠାରୁ ହଜାରେ ଟଙ୍କ। ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ପୁଇଁନ୍ତଲା ବ୍ଳକ୍ ବନ୍ଧପଡା ପଂଚାୟତ ଉତ୍ତରବାହାଲ୍ ଗାଁର ଚାଷୀ ନାରାୟଣ ଅମାତ ଓ ହୃଷିକେଶ ଅମାତଙ୍କୁ ମରୁଡ଼ି ସହାୟତା ଟଙ୍କ। ପ୍ରଦାନ ପାଇଁ ବାରମ୍ୱାର ହଇରାଣ କରୁଥିଲେ ଧରୁଆ। ପ୍ରଥମେ ଶହେ ଟଙ୍କା ଏବଂ ପରେ ଜଣଙ୍କୁ ପାଞ୍ଚ ଶହ ଟଙ୍କ। ଲାଞ୍ଚ ମାଗିଥିଲେ। ଏ ସଂର୍ପକରେ ଦୁଇ ଚାଷୀ ବଲାଙ୍ଗିର ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ। ଆଜି ପୁଇଁନ୍ତଲା ତହସିଲ୍ କାର୍ଯ୍ୟାଳୟରେ ଦୁଇ ଚାଷୀଙ୍କ ଠାରୁ ହଜାରେ ଟଙ୍କ। ଲାଞ୍ଚ ନେବା ବେଲେ ବଲାଙ୍ଗିର ଓ ସୋନପୁର ଭିଜିଲାନ୍ସ ବିଭାଗ ମିଳିତ ଭାବରେ ଚଢ଼ାଉ କରି ଧରୁଆଙ୍କୁ ଗିରଫ କରିଥିଲେ।

Related story