ବଲାଙ୍ଗିର: ଅଟୋ ଚାଳକଙ୍କୁ ହତ୍ୟା ଅଭିଯୋଗରେ ୬ ଅଟକ

ବଲାଙ୍ଗିର: ବଲାଙ୍ଗିର ଏଫ୍‌ସିଆଇ ଗୋଦାମ ନିକଟରେ ଜଣେ ଅଟୋ ଚାଳକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଟାଉନ୍‌ ଥାନା ପୋଲିସ ୬ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ଅଟକଙ୍କ ମଧ୍ୟରେ ଜଣେ ସିଆଇଏସ୍‌ଏଫ୍‌ କନଷ୍ଟେବଳ ଅଛନ୍ତି। ଗତକାଲି ଚୈତନ୍ୟ ସୁନା ଅଟୋ ଚଲାଇ ଯାଉଥିବା ବେଳେ ଷ୍ଟେସନ୍‌ ରୋଡ ଏଫ୍‌ସିଆଇ ଗୋଦାମ ନିକଟରେ ବିପରୀତ ଦିଗରୁ ୩ ଜଣ ଯୁବକ ଏକ ଆପାଚି ବାଇକ୍‌ରେ ଆସି ଅଟୋକୁ ଧକ୍କା ଦେଇଥିଲେ। ଏହାକୁ […]

bolangir-police-detain-6-person

Rakesh Mallick
  • Published: Thursday, 13 October 2016
  • , Updated: 13 October 2016, 06:00 PM IST

ବଲାଙ୍ଗିର: ବଲାଙ୍ଗିର ଏଫ୍‌ସିଆଇ ଗୋଦାମ ନିକଟରେ ଜଣେ ଅଟୋ ଚାଳକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଟାଉନ୍‌ ଥାନା ପୋଲିସ ୬ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ଅଟକଙ୍କ ମଧ୍ୟରେ ଜଣେ ସିଆଇଏସ୍‌ଏଫ୍‌ କନଷ୍ଟେବଳ ଅଛନ୍ତି।

ଗତକାଲି ଚୈତନ୍ୟ ସୁନା ଅଟୋ ଚଲାଇ ଯାଉଥିବା ବେଳେ ଷ୍ଟେସନ୍‌ ରୋଡ ଏଫ୍‌ସିଆଇ ଗୋଦାମ ନିକଟରେ ବିପରୀତ ଦିଗରୁ ୩ ଜଣ ଯୁବକ ଏକ ଆପାଚି ବାଇକ୍‌ରେ ଆସି ଅଟୋକୁ ଧକ୍କା ଦେଇଥିଲେ। ଏହାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ବାଇକ୍‌ ଚାଳକ ଫୋନ୍‌ରେ ତାଙ୍କର ଅନ୍ୟ ସାଙ୍ଗମାନଙ୍କୁ ଡାକି ଚୈତନ୍ୟଙ୍କୁ ମାଡ଼ ମାରିଥିଲେ। ଫଳରେ ଚୌତନ୍ୟ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ ବଲାଙ୍ଗିର ହସ୍ପିଟାଲ ପରେ ବୁର୍ଲା ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ୱିତ ରାତିରେ ଚୈତନ୍ୟଙ୍କ ମୃତ୍ୟୁ ଘଟିଥିଲା।

ଆଜି ଷ୍ଟେସନ୍‌ ରାସ୍ତାରେ ଅଟୋଚଳା ବନ୍ଦ ରହିଛି। ଉକ୍ତରେ ଅଟୋ ଚଳାଇବାକୁ ସୁରକ୍ଷିତ ମଣୁନାହାନ୍ତି ଅଟୋଚାଳକ।

ଟାଉନ୍‌ ଥାନା ଅଧିକାରୀ ପ୍ରଶାନ୍ତ ପଟ୍ଟନାୟକ କହିଛନ୍ତି,“ଗତକାଲି ଚୈତନ୍ୟ ସୁନାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଆଜି ପୋଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୬ ଜଣଙ୍କୁ ଅଟକ ରଖିଛି।”

Related story