ବଲାଙ୍ଗିର: କୁଖ୍ୟାତ ଅପରାଧୀ ଟିମନ ଗିରଫ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଳାର କୁଖ୍ୟାତ ଅପରାଧୀ ଶ୍ରୀକାନ୍ତ କୁମ୍ଭାର ଓରଫ୍ ଟିମନକୁ ଗିରଫ କରିଛି ବଲାଙ୍ଗିର ସଦର ପୋଲିସ୍। ଗତ ଫେବୃୟାରୀ ୧୭ ତାରିଖରେ ସଦାଇପାଲିଠାରେ ଥିବା ଏକ ପାୱାର ପ୍ଲାଣ୍ଟର  ଦୁଇଜଣ ଇଂଜିନିୟରଙ୍କୁ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ଥିଲା ଟିମନ। ସେହି ଘଟଣାରେ ବଲାଙ୍ଗିର ସଦର ଥାନା ପୋଲିସ୍ ଏକ ମାମଲା ରୁଜୁ କରି ତାକୁ ଖୋଜୁଥିଲା। ଗତକାଲି ନାଟକୀୟ ଢଙ୍ଗରେ ପୋଲିସ୍ ଟିମନକୁ ଗିରଫ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି। ଏସ୍‌ଡିପିଓ […]

bolangir

Rakesh Mallick
  • Published: Sunday, 24 April 2016
  • , Updated: 24 April 2016, 10:43 AM IST

ବଲାଙ୍ଗିର: ବଲାଙ୍ଗିର ଜିଲ୍ଳାର କୁଖ୍ୟାତ ଅପରାଧୀ ଶ୍ରୀକାନ୍ତ କୁମ୍ଭାର ଓରଫ୍ ଟିମନକୁ ଗିରଫ କରିଛି ବଲାଙ୍ଗିର ସଦର ପୋଲିସ୍। ଗତ ଫେବୃୟାରୀ ୧୭ ତାରିଖରେ ସଦାଇପାଲିଠାରେ ଥିବା ଏକ ପାୱାର ପ୍ଲାଣ୍ଟର  ଦୁଇଜଣ ଇଂଜିନିୟରଙ୍କୁ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ଥିଲା ଟିମନ। ସେହି ଘଟଣାରେ ବଲାଙ୍ଗିର ସଦର ଥାନା ପୋଲିସ୍ ଏକ ମାମଲା ରୁଜୁ କରି ତାକୁ ଖୋଜୁଥିଲା। ଗତକାଲି ନାଟକୀୟ ଢଙ୍ଗରେ ପୋଲିସ୍ ଟିମନକୁ ଗିରଫ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି।

ଏସ୍‌ଡିପିଓ ନାରାୟଣ ନାୟକ କହିଛନ୍ତି,“ଟିମନ୍ ବିରୋଧରେ ଟେଣ୍ଡର ଫିକ୍ସିଂ, ଲୁଟ୍, ଜମି ଜବରଦଖଲ, ହତ୍ୟା ଭଳି ବିଭିନ୍ନ ପ୍ରକାର ସଙ୍ଗୀନ ମାମଲା ରହିଛି।  ପୋଲିସ୍ ଅଧିକ ଖୋଳତାଡ୍ ଜାରି ରଖିଛି। ଏହା ସହିତ ଅନ୍ୟ କିଛି ନୂଆ ଅଭିଯୋଗ ଆସିଲେ, ତା’ଉପରେ ମଧ୍ୟ ତଦନ୍ତ କରାଯିବ।”

Related story