ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକ୍ ଜାମଗାଁ ପଞ୍ଚାୟତରେ ଘଟିଥିବା ପୋଡ଼ାଜଳା ଘଟଣାରେ ସଦର ପୋଲିସ୍ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ନୂଆପାଲିର ୱାର୍ଡ ମେମ୍ୱର ପଞ୍ଚାନନ ସ୍ୱାଇଁ ଓ ପୁଇଁତଳା ବିଡିଓଙ୍କ ଅଭିଯୋଗକୁ ଭିତ୍ତି କରି ଆଠ ଜଣଙ୍କ ନାଁରେ ପୋଲିସ୍ ମାମଲା ଦାୟର କରିଛି। ମୁଖ୍ୟ ଅଭିଯୁକ୍ତ ଗୁଣ୍ଡୁ ସ୍ୱାଇଁକୁ ପୋଲିସ ଧରିବାରେ ଏପର୍ଯ୍ୟନ୍ତ ଧରି ପାରି ନାହିଁ।
ଗତକାଲି କାଲିଘନା ହାଟ ଓ ପୋଖରୀ ନିଲାମୀକୁ ନେଇ ଭୁରସିପାଲି ଏବଂ ପୂଆପାଲିର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଭୁରସିପାଲିର ଗୁଣ୍ଡୁ ସ୍ୱାଇଁ ଓ ତାର ସାଥୀମାନେ ନୂଆପାଲିର ୱାର୍ଡ ମେମ୍ୱର ପଞ୍ଚାନନ ସ୍ୱାଇଁଙ୍କୁ ଆକ୍ରମଣ କରିବା ସହ ଗୋଟିଏ ବାଇକ୍ ପୋଡ଼ିବା ସହ ଭଙ୍ଗାରୁଜା କରିଥିଲେ। ଏହାସହିତ ପଞ୍ଚାୟତ କାର୍ଯ୍ୟାଳୟର ବୈଠକ ଗୃହର ଚେୟାର ଓ ଟେବୁଲରେ ନିଆଁ ମଧ୍ୟ ଲଗାଇଦେଇଥିଲେ।