ଶଳାର କୋଦାଳ ମାଡ଼ରେ ଭିଣୋଇ ମୃତ

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ଦେଓପୋଷ ଗାଁରେ ପାରିବାରିକ କଳହକୁ ନେଇ ଶଳାର କୋଦାଳ ମାଡ଼ରେ ଭିଣୋଇର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ମଧୁସୂଦନ ପାତ୍ର। ପୋଲିସ୍ ଅଭିଯୁକ୍ତ ପ୍ରଦୀପ ପାତ୍ରକୁ ଅଟକ ରଖିଥିବା ବେଳେ ମୃତକଙ୍କ ପତ୍ନୀ ଖିରେଶ୍ୱରୀ ଫେରାର ହୋଇଯାଇଛନ୍ତି। ଅଭିଯୋଗ ଅନୁଯାୟୀ ଖିରେଶ୍ୱରୀ ଦେଓପୋଷ ସ୍ଥିତ ତାଙ୍କ ବାପ ଘରେ ଥିଲେ। ମଧୁସୂଦନ ତାଙ୍କୁ ଡାକିବାକୁ ଯାଇଥିଲେ। ସେଠାରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପ୍ରଦୀପ ଭିଣୋଇକୁ […]

bonai-murder

Rakesh Mallick
  • Published: Saturday, 16 July 2016
  • , Updated: 16 July 2016, 06:23 PM IST

[caption id="attachment_92175" align="alignleft" width="150"] ଅଭିଯୁକ୍ତ[/caption]

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ଦେଓପୋଷ ଗାଁରେ ପାରିବାରିକ କଳହକୁ ନେଇ ଶଳାର କୋଦାଳ ମାଡ଼ରେ ଭିଣୋଇର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ମଧୁସୂଦନ ପାତ୍ର। ପୋଲିସ୍ ଅଭିଯୁକ୍ତ ପ୍ରଦୀପ ପାତ୍ରକୁ ଅଟକ ରଖିଥିବା ବେଳେ ମୃତକଙ୍କ ପତ୍ନୀ ଖିରେଶ୍ୱରୀ ଫେରାର ହୋଇଯାଇଛନ୍ତି।

ଅଭିଯୋଗ ଅନୁଯାୟୀ ଖିରେଶ୍ୱରୀ ଦେଓପୋଷ ସ୍ଥିତ ତାଙ୍କ ବାପ ଘରେ ଥିଲେ। ମଧୁସୂଦନ ତାଙ୍କୁ ଡାକିବାକୁ ଯାଇଥିଲେ। ସେଠାରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପ୍ରଦୀପ ଭିଣୋଇକୁ ପାଟି କରି ଥିଲେ। ପରେ ମଧୁସୂଦନ ଓ ପ୍ରଦୀପଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଉତ୍‌କ୍ଷିପ୍ତ ପ୍ରଦୀପ ପାଖରେ ଥିବା ଏକ କୋଦାଳ ବେଣ୍ଟରେ ମଧୁସୂଦନଙ୍କ ମୁଣ୍ଡରେ ପିଟି ଥିଲା ଓ ଘରୁ ଘୋଷାଡ଼ି ଘୋଷାଡ଼ି ନେଇ ରାସ୍ତାରେ ପକାଇ ଦେଇଥିଲା। ଘଟଣାସ୍ଥଳରେ ମଧୁସୂଦନଙ୍କର ମୃତ୍ୟୁ ହୋଇଥିଲା।

ମଧୁସୂଦନଙ୍କୁ ତାଙ୍କ ଶାଶୂ ଘର ଲୋକେ ମିଶି ମାରିଛନ୍ତି ବୋଲି ଅଭିଯୋଗ ହୋଇଛି।

ବଣାଇ ଏସ୍‌ଡିପିଓ ଶିଶୁରଞ୍ଜନ ମହାପାତ୍ର କହିଛନ୍ତି,“ତଦନ୍ତ ଚାଲିଛି। ଯିଏ ଏ ଘଟଣାରେ ସଂପୃକ୍ତ ଥିବ ତାକୁ ଗିରଫ କରାଯିବ ଓ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

Related story