ବ୍ରହ୍ମପୁର: ଜମି ଠକେଇ ମାମଲାରେ ବିଲଡର ବାବୁଲା ସାହାଣି ଗିରଫ

ବ୍ରହ୍ମପୁର: ଏକ ଜମି ଠକେଇ ମାମଲା ତଥା ପୂର୍ବତନ ବିଧାୟକ ରମେଶ ଜେନା ଲିଙ୍କ୍ ନେଇ ବିଲଡର କୃଷ୍ଣଚନ୍ଦ୍ର ଓରଫ୍ ବାବୁଲା ସାହାଣିଙ୍କୁ ବ୍ରହ୍ମପୁର ଟାଉନ ଥାନା ପୋଲିସ୍ ଆନ୍ଧ୍ର ପ୍ରଦେଶର ଇଛାପୁରରୁ ଗିରଫ କରିଛି। ତାଙ୍କ ନାମରେ ଟାଉନ ଥାନାରେ ଆଇପିସିର ଧାରା ୩୮୬, ୩୮୭ ଓ ୩୪ରେ ମାମଲା ରୁଜୁ ହୋଇଥିଲା। ରମେଶ ଜେନାଙ୍କ ସହଯୋଗରେ ସେ ଜମି ଠକେଇ କରିଥିବା ନେଇ ଏହି ମାମଲା ରୁଜୁ ହୋଇଥିଲା। ଅନ୍ୟପକ୍ଷରେ ରମେଶ ଜେନାଙ୍କ ନାମରେ […]

babula-sahani

Rakesh Mallick
  • Published: Monday, 11 July 2016
  • , Updated: 11 July 2016, 05:37 PM IST

ବ୍ରହ୍ମପୁର: ଏକ ଜମି ଠକେଇ ମାମଲା ତଥା ପୂର୍ବତନ ବିଧାୟକ ରମେଶ ଜେନା ଲିଙ୍କ୍ ନେଇ ବିଲଡର କୃଷ୍ଣଚନ୍ଦ୍ର ଓରଫ୍ ବାବୁଲା ସାହାଣିଙ୍କୁ ବ୍ରହ୍ମପୁର ଟାଉନ ଥାନା ପୋଲିସ୍ ଆନ୍ଧ୍ର ପ୍ରଦେଶର ଇଛାପୁରରୁ ଗିରଫ କରିଛି। ତାଙ୍କ ନାମରେ ଟାଉନ ଥାନାରେ ଆଇପିସିର ଧାରା ୩୮୬, ୩୮୭ ଓ ୩୪ରେ ମାମଲା ରୁଜୁ ହୋଇଥିଲା। ରମେଶ ଜେନାଙ୍କ ସହଯୋଗରେ ସେ ଜମି ଠକେଇ କରିଥିବା ନେଇ ଏହି ମାମଲା ରୁଜୁ ହୋଇଥିଲା।

ଅନ୍ୟପକ୍ଷରେ ରମେଶ ଜେନାଙ୍କ ନାମରେ ପୂର୍ବରୁ ଟାଉନ ଥାନାରେ ଆଇପିସିର ଧାରା ୩୦୭ରେ ରୁଜୁ କରାଯାଇଥିବା ମାମଲାକୁ ୩୦୨ରେ ପରିଣତ କରାଯାଇଛି। ବ୍ରହ୍ମପୁର ରାଧାକୃଷ୍ଣ ବିଲ ସାହିର ଅଜୁର୍ନ ଦାସ ଓରଫ୍ ଏମ୍ଏଲ୍ଏଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ରମେଶ ଓ ତାଙ୍କ ସହଯୋଗୀଙ୍କ ନାମରେ ପ୍ରଥମେ ଟାଉନ୍ ଥାନାରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରାଯାଇଥିଲା। ତେବେ କୋମା ଅବସ୍ଥାରେ ଥିବା ଅଜୁର୍ନଙ୍କର ଗତକାଲି ମୃତ୍ୟୁ ଘଟିବାରୁ ସେହି ମାମଲାକୁ ହତ୍ୟା ମାମଲାରେ ପରିଣତ କରାଯାଇଛି ବୋଲି ବ୍ରହ୍ମପୁର ଏସ୍‌ଡିପିଓ କହିଛନ୍ତି।

Related story