ବ୍ରହ୍ମପୁର: ବାଲିପଦର କୁମୁଟିସାହିର ଏକ ଗହଣା ଦୋକାନରୁ ୨ କେଜି ସୁନା ଲୁଟ୍

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ବାଲିପଦର କୁମୁଟିସାହିରେ ଶନିବାର ଏକ ବଡ଼ଧରଣର ଲୁଟ୍ ହୋଇଛି। ଏଠାରେ ଥିବା ଏକ ଗହଣା ଦୋକାନରୁ ଦୁର୍ବୃତ୍ତମାନେ ପ୍ରାୟ ୨ କେଜି ସୁନା ଲୁଟି ନେଇଛନ୍ତି। ଗହଣା ଦୋକାନ ମାଲିକ ଡି. ଗୋପାଳ ଆଚାର୍ଯ୍ୟଙ୍କୁ ମାଡ଼ମାରିବା ସହିତ ବନ୍ଧୁକ ଦେଖାଇ ସେମାନେ ସୁନାଅଳଙ୍କାର ଲୁଟି ନେଇଥିଲେ। ପୋଲିସ୍ ଘଟଣାର ତଦନ୍ତ କରୁଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଅପରାହ୍ନ ୨ଟାରୁ ୩ଟା ମଧ୍ୟରେ ଦୁଇଟି ମୋଟର ସାଇକେଲରେ ମୋଟ ୬ ଜଣ ବ୍ୟକ୍ତି […]

balipadar

Rakesh Mallick
  • Published: Saturday, 31 October 2015
  • , Updated: 31 October 2015, 03:31 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ବାଲିପଦର କୁମୁଟିସାହିରେ ଶନିବାର ଏକ ବଡ଼ଧରଣର ଲୁଟ୍ ହୋଇଛି। ଏଠାରେ ଥିବା ଏକ ଗହଣା ଦୋକାନରୁ ଦୁର୍ବୃତ୍ତମାନେ ପ୍ରାୟ ୨ କେଜି ସୁନା ଲୁଟି ନେଇଛନ୍ତି। ଗହଣା ଦୋକାନ ମାଲିକ ଡି. ଗୋପାଳ ଆଚାର୍ଯ୍ୟଙ୍କୁ ମାଡ଼ମାରିବା ସହିତ ବନ୍ଧୁକ ଦେଖାଇ ସେମାନେ ସୁନାଅଳଙ୍କାର ଲୁଟି ନେଇଥିଲେ। ପୋଲିସ୍ ଘଟଣାର ତଦନ୍ତ କରୁଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଅପରାହ୍ନ ୨ଟାରୁ ୩ଟା ମଧ୍ୟରେ ଦୁଇଟି ମୋଟର ସାଇକେଲରେ ମୋଟ ୬ ଜଣ ବ୍ୟକ୍ତି ଆସିଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣ ଦୋକାନ ଭିତରକୁ ପଶି ଥିଲେ। ଆଉ ଦୁଇ ଜଣ ଦୋକାନ ବାହାରେ ଥିଲେ। ବାହାରେ ଜଗି ଥିବା ଦୁଇ ଦୁର୍ବୃତ୍ତ ୫ ରାଉଣ୍ଡ ଗୁଳି ଚଳାଇଥିଲେ। ଘଟଣାସ୍ଥଳରୁ ଗୋଟିଏ ଜୀବନ୍ତ ଗୁଳି ମଧ୍ୟ ଜବତ କରାଯାଇଛି। ଦୋକାନ ଭିତରେ ପଶିଥିବା ଦୁର୍ବୃତ୍ତମାନେ ଡି. ଗୋପାଳ ଆଚାର୍ଯ୍ୟଙ୍କୁ ନିସ୍ତୁକ ମାଡ଼ମାରିବା ସହିତ ପ୍ରଦର୍ଶିତ ହୋଇଥିବା ସମସ୍ତ ସୁନାଗହଣା ଧରି ଫେରାର ହୋଇଯାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି। ସେଠାରେ ଲାଗିଥିବା ସିସିଟିଭି ଫୁଟେଜକୁ ମଧ୍ୟ ପୋଲିସ୍ ଯାଞ୍ଚ୍ କରୁଛି।

Related story