ବ୍ରହ୍ମପୁର: ସାରଥୀଙ୍କ ଏକ କାର ଜବତ

ବ୍ରହ୍ମପୁର: ସ୍ୱଘୋଷିତ ଧର୍ମଗୁରୁ ସନ୍ତୋଷ ରାଉଳ ଓରଫ ସାରଥୀ ବାବାଙ୍କର ଏକ କାରକୁ ଶନିବାର ଜବତ କରିଛି ବ୍ରହ୍ମପୁର ବଡ଼ବଜାର ଥାନା ପୋଲିସ୍। କୌଣସି ଏକ ସୂତ୍ରରୁ ସୂଚନା ପାଇ ପୋଲିସ୍ ଆସିକା ରୋଡ୍‌ର ଗେହ୍ଲାଗୁଲା ସାହିରେ ଜଣଙ୍କ ଘରେ ଥିବା ଏହି ଧଳା ରଙ୍ଗର ହୁଣ୍ଡାଇ କାର୍‌ (ଓଆର୍-୦୨-ଏଜେଡ୍- ୮୮୦୪)କୁ ଜବତ କରିଥିଲା। ବ୍ରହ୍ମପୁର ଏସ୍‌ଡିପିଓ ସାନ୍ତନୁ ଦାସ କହିଛନ୍ତି,“ଆମେ ଓଆର୍-୦୨-ଏଜେଡ୍–୮୮୦୪ ନମ୍ବର ବିଶିଷ୍ଟ ଏକ କାର୍ ଜବତ କରିଛୁ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ […]

Car

Rakesh Mallick
  • Published: Saturday, 12 March 2016
  • , Updated: 12 March 2016, 04:10 PM IST

ବ୍ରହ୍ମପୁର: ସ୍ୱଘୋଷିତ ଧର୍ମଗୁରୁ ସନ୍ତୋଷ ରାଉଳ ଓରଫ ସାରଥୀ ବାବାଙ୍କର ଏକ କାରକୁ ଶନିବାର ଜବତ କରିଛି ବ୍ରହ୍ମପୁର ବଡ଼ବଜାର ଥାନା ପୋଲିସ୍। କୌଣସି ଏକ ସୂତ୍ରରୁ ସୂଚନା ପାଇ ପୋଲିସ୍ ଆସିକା ରୋଡ୍‌ର ଗେହ୍ଲାଗୁଲା ସାହିରେ ଜଣଙ୍କ ଘରେ ଥିବା ଏହି ଧଳା ରଙ୍ଗର ହୁଣ୍ଡାଇ କାର୍‌ (ଓଆର୍-୦୨-ଏଜେଡ୍- ୮୮୦୪)କୁ ଜବତ କରିଥିଲା।

ବ୍ରହ୍ମପୁର ଏସ୍‌ଡିପିଓ ସାନ୍ତନୁ ଦାସ କହିଛନ୍ତି,“ଆମେ ଓଆର୍-୦୨-ଏଜେଡ୍–୮୮୦୪ ନମ୍ବର ବିଶିଷ୍ଟ ଏକ କାର୍ ଜବତ କରିଛୁ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ କାରଟି ସାରଥୀଙ୍କ ନାମରେ ପଞ୍ଜିକୃତ ହୋଇଛି। ଆମେ ଅଧିକ ତଦନ୍ତ କରୁଛୁ।”

କିଛି ମାସ ତଳେ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲ୍‌ରୁ ଏକ ଦାମୀ କାର୍‌କୁ ପରିତ୍ୟକ୍ତ ଅବସ୍ଥାରେ ଜବତ କରାଯାଇଥିଲା। ଉକ୍ତ ଗାଡ଼ିଟି ମଧ୍ୟ ସାରଥୀଙ୍କ ନାମରେ ଭୁବନେଶ୍ୱର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ପଞ୍ଜିକୃତ ହୋଇଥିବା ଜଣାପଡ଼ିଥିଲା।

ଗତବର୍ଷ ଅଗଷ୍ଟ ମାସରୁ ସାରଥୀ ଚୌଦ୍ୱାର ଜେଲ୍‌ରେ ଅଛନ୍ତି।

Related story