ବ୍ରଜରାଜନଗରରେ ଗୁଳିମାଡ଼: ୨ ଆହତ, କାରଣ ଅସ୍ୱଷ୍ଟ

ଝାରସୁଗୁଡା: ବ୍ରଜରାଜନଗରସ୍ଥିତ ମଣ୍ଡଳିଆଠାରେ ଆଜି ଗୁଳିମାଡ ଘଟି ୨ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ ଅରୁଣ ଗୁହା ଏବଂ ତାଙ୍କ ସାଥୀ ଜିତେନ ସିଂ। ଅରୁଣଙ୍କ ଦେହରେ ଓ ଜିତେନଙ୍କ ହାତରେ ଗୁଳି ବାଜିଛି। ଉଭୟଙ୍କୁ ମଣ୍ଡଳିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଅରୁଣଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ୩ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।

ମଣ୍ଡଳିଆ ମୁଖ୍ୟରାସ୍ତା କଡରେ ଅରୁଣ ଏବଂ ଜିତେନ ଛିଡା ହୋଇଥିବା ବେଳେ ୩ଜଣ ମୁଖାପିନ୍ଧା  ଦୃର୍ବୃତ୍ତ ଏକ ବାଇକରେ ଆସି ଗୁଳିମାଡ କରି ଫେରାର ହୋଇଯାଇଥିଲେ। ଗୁଳିମାଡର କାରଣ ଜଣାପଡି ନ ଥିଲେ ମଧ୍ୟ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଏ ନେଇ ଓରିଏଣ୍ଟ ଥାନାରେ ଏକ ମାମଲା ରୁଜୁ ହୋଇଛି।