ବ୍ରହ୍ମପୁରରେ ଜଣେ ବ୍ୟବସାୟୀଙ୍କୁ ହତ୍ୟା ଅଭିଯୋଗ  

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ମଥୁରା ଗାଁରେ ଜଣେ ବ୍ୟବସାୟୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଦେବେନ୍ଦ୍ର ହୋତା। ବ୍ରହ୍ମପୁରରେ ବ୍ୟବସାୟ କରୁଥିବା ଦେବେନ୍ଦ୍ର ନିଜ ଗାଁ ମଥୁରାକୁ ଯାଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଛି। ତେବେ କିଏ ଏବଂ କାହିଁକି ଦେବେନ୍ଦ୍ରଙ୍କୁ ହତ୍ୟା କଲା ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ପୂର୍ବ ଶତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ଆଶଙ୍କା କରୁଛି। ତା’ସହ ହତ୍ୟାକାଣ୍ଡରେ ନିକଟ ସଂପର୍କୀୟଙ୍କ ସଂପୃକ୍ତି ଥିବା ପୋଲିସ […]

hathya

Rakesh Mallick
  • Published: Sunday, 01 November 2015
  • , Updated: 01 November 2015, 07:05 AM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ମଥୁରା ଗାଁରେ ଜଣେ ବ୍ୟବସାୟୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଦେବେନ୍ଦ୍ର ହୋତା। ବ୍ରହ୍ମପୁରରେ ବ୍ୟବସାୟ କରୁଥିବା ଦେବେନ୍ଦ୍ର ନିଜ ଗାଁ ମଥୁରାକୁ ଯାଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଛି। ତେବେ କିଏ ଏବଂ କାହିଁକି ଦେବେନ୍ଦ୍ରଙ୍କୁ ହତ୍ୟା କଲା ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ପୂର୍ବ ଶତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ଆଶଙ୍କା କରୁଛି। ତା’ସହ ହତ୍ୟାକାଣ୍ଡରେ ନିକଟ ସଂପର୍କୀୟଙ୍କ ସଂପୃକ୍ତି ଥିବା ପୋଲିସ ଆଶଙ୍କା କରୁଛି।

Related story