ବ୍ରହ୍ମପୁର: ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ମିଥୁନ୍ ଆହତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର-ଦୁର୍ଗାପ୍ରସାଦ ରାସ୍ତାରେ ପୋଲିସ୍ ଏନ୍‌କାଉଣ୍ଟରରେ ଆହତ ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ମିଥୁନ ଭୂୟାଁ। ତା’ ଗୋଡ଼ରେ ଗୁଳି ବାଜିଛି। ଘଟଣାସ୍ଥଳରୁ ପୋଲିସ୍ ଗୋଟିଏ ପିସ୍ତଲ ସହ ଚାରି ରାଉଣ୍ଡ ଗୁଳି ଓ ଗୋଟିଏ ବାଇକ୍ ଜବତ କରିଛି। ମିଥୁନ୍ ନାଁରେ ୮ଟି ଡକାୟତି ମାମଲା ରହିଥିବା ନେଇ ଗଞ୍ଜାମ ଏସ୍‌ପି ଆଶିଷ କୁମାର ସିଂ ସୂଚନା ଦେଇଛନ୍ତି। ବୁଗୁଡ଼ା ଜୁଏଲାରୀ ଲୁଟ୍ ଘଟଣାରେ ବି ସେ ସଂପୃକ୍ତ ଥିବା ପୋଲିସ୍ କହିଛି।

mithun

Rakesh Mallick
  • Published: Saturday, 31 December 2016
  • , Updated: 31 December 2016, 09:16 AM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର-ଦୁର୍ଗାପ୍ରସାଦ ରାସ୍ତାରେ ପୋଲିସ୍ ଏନ୍‌କାଉଣ୍ଟରରେ ଆହତ ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ମିଥୁନ ଭୂୟାଁ। ତା’ ଗୋଡ଼ରେ ଗୁଳି ବାଜିଛି। ଘଟଣାସ୍ଥଳରୁ ପୋଲିସ୍ ଗୋଟିଏ ପିସ୍ତଲ ସହ ଚାରି ରାଉଣ୍ଡ ଗୁଳି ଓ ଗୋଟିଏ ବାଇକ୍ ଜବତ କରିଛି।

ମିଥୁନ୍ ନାଁରେ ୮ଟି ଡକାୟତି ମାମଲା ରହିଥିବା ନେଇ ଗଞ୍ଜାମ ଏସ୍‌ପି ଆଶିଷ କୁମାର ସିଂ ସୂଚନା ଦେଇଛନ୍ତି। ବୁଗୁଡ଼ା ଜୁଏଲାରୀ ଲୁଟ୍ ଘଟଣାରେ ବି ସେ ସଂପୃକ୍ତ ଥିବା ପୋଲିସ୍ କହିଛି।

Related story