ବ୍ରହ୍ମପୁର: ନକଲି ମାଓବାଦୀ ଗିରଫ

ବ୍ରହ୍ମପୁର: ବୈଦ୍ୟନାଥପୁର ପୋଲିସ ଉମାଶଙ୍କର ବେହେରା ନାମକ ଜଣେ ନକଲି ମାଓବାଦୀକୁ ଗିରଫ କରିଛି। ଗିରଫ ଉମାଶଙ୍କରର ଘର ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ। ପୋଲିସ ତା’ ପାଖରୁ କିଛି ଚିଠି ଓ ମୋବାଇଲ ଫୋନ ଜବତ କରିଛି। ନିଜକୁ ମାଓବାଦୀର ପରିଚୟ ଦେଇ ଲୋକଙ୍କୁ ଧମକାଇ ଟଙ୍କା ଆଦାୟ କରୁଥିଲା। ବ୍ରହ୍ମପୁର କୋର୍ଟପେଟା ଅଞ୍ଚଳର ପ୍ରଫୁଲ୍ଲ କୁମାର ସାହୁଙ୍କୁ ଧମକପୂର୍ଣ୍ଣ ଚିଠି ଦେବା ସହ ଫୋନରେ ଟଙ୍କା ଦେବାକୁ ଧମକାଇ ଥିଲା। ଏ ନେଇ ବିଏନ୍‌ପୁର […]

nakali-maobadi

Rakesh Mallick
  • Published: Sunday, 08 May 2016
  • , Updated: 08 May 2016, 04:20 PM IST

ବ୍ରହ୍ମପୁର: ବୈଦ୍ୟନାଥପୁର ପୋଲିସ ଉମାଶଙ୍କର ବେହେରା ନାମକ ଜଣେ ନକଲି ମାଓବାଦୀକୁ ଗିରଫ କରିଛି। ଗିରଫ ଉମାଶଙ୍କରର ଘର ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ। ପୋଲିସ ତା’ ପାଖରୁ କିଛି ଚିଠି ଓ ମୋବାଇଲ ଫୋନ ଜବତ କରିଛି।

ନିଜକୁ ମାଓବାଦୀର ପରିଚୟ ଦେଇ ଲୋକଙ୍କୁ ଧମକାଇ ଟଙ୍କା ଆଦାୟ କରୁଥିଲା। ବ୍ରହ୍ମପୁର କୋର୍ଟପେଟା ଅଞ୍ଚଳର ପ୍ରଫୁଲ୍ଲ କୁମାର ସାହୁଙ୍କୁ ଧମକପୂର୍ଣ୍ଣ ଚିଠି ଦେବା ସହ ଫୋନରେ ଟଙ୍କା ଦେବାକୁ ଧମକାଇ ଥିଲା। ଏ ନେଇ ବିଏନ୍‌ପୁର ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ଘଟଣାର ତଦନ୍ତ କରି ଉମାଶଙ୍କରକୁ ଗିରଫ କରିଥିଲା।

Related story