ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ ମେୟର ଶିବଶଙ୍କର ଦାସଙ୍କୁ ଗୋଳନ୍ଥରା ଥାନା ପୋଲିସ୍ ୪ ଦିନିଆ ରିମାଣ୍ଡରେ ନେଇଛି। ଅଧିକ ପଚରାଉଚରା ପାଇଁ ପୋଲିସ୍ ତାଙ୍କୁ ୭ ଦିନ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା। ତେବେ ଗତକାଲି ଏସ୍ଡିଜେଏମ୍ କୋର୍ଟ ତାଙ୍କୁ ଚାରି ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଥିଲା।
ଶିବଶଙ୍କରଙ୍କ ନାଁରେ ବୋମାମାଡ଼, ଦାଦାବଟି ଆଦାୟ, ଜମି ହଡ଼ପ, ଧମକଚମକ ଓ ହତ୍ୟା ଉଦ୍ୟମ ପରି ୨୦ରୁ ଅଧିକ ମାମଲା ରହିଛି। ବ୍ରହ୍ମପୁର ପୋଲିସ୍ର ଏକ ସ୍ୱତନ୍ତ୍ର ଟିମ୍ ଗତ ୭ ତାରିଖରେ ତାଙ୍କୁ ଦିଲ୍ଲୀରୁ ଗିରଫ କରିଥିଲା।