ବ୍ରହ୍ମପୁର: ଡ୍ରିଲ କ୍ଲାସରେ ଛାତ୍ରଙ୍କୁ ମାଡ ଅଭିଯୋଗରେ ଶିକ୍ଷକ ଗିରଫ

ବ୍ରହ୍ମପୁର: ଡ୍ରିଲ କ୍ଲାସରେ ଜଣେ ଛାତ୍ରଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷକଙ୍କୁ ଗିରଫ କରିଛି ପୋଲିସ। ଏପରି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲାରୁ। ସାନମୁଣ୍ଡୁଳୀ ପଞ୍ଚାୟତ ଓଳାସିଂଙ୍ଗି ଗାଁ ନରସିଂହ ଦାସ ହାଇସ୍କୁଲରେ ଘଟିଛି ଏହି ଘଟଣା। ଶନିବାର ଡ୍ରିଲ୍ ବେଳେ ଶଙ୍କର ନାମକ ଜଣେ ଛାତ୍ର ଭୁଲ୍ କରିବାରୁ ଶିକ୍ଷକ ଭାସ୍କର ପାତ୍ର ତାଙ୍କୁ ମାଡ଼ ମାରିବା ସହ ଗୋଇଠା ମାରିଥିବା ଅଭିଯୋଗ ହୋଇଥିଲା। ଫଳରେ ଶଙ୍କରଙ୍କ ହାତ ଭାଙ୍ଗି ଯାଇଥିବାରୁ ସ୍ଥାନୀୟ ଚିକିତ୍ସାଳୟରେ ତାଙ୍କୁ […]

bramhapur-sutuden

Rakesh Mallick
  • Published: Wednesday, 16 December 2015
  • , Updated: 16 December 2015, 04:25 AM IST

ବ୍ରହ୍ମପୁର: ଡ୍ରିଲ କ୍ଲାସରେ ଜଣେ ଛାତ୍ରଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷକଙ୍କୁ ଗିରଫ କରିଛି ପୋଲିସ। ଏପରି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲାରୁ। ସାନମୁଣ୍ଡୁଳୀ ପଞ୍ଚାୟତ ଓଳାସିଂଙ୍ଗି ଗାଁ ନରସିଂହ ଦାସ ହାଇସ୍କୁଲରେ ଘଟିଛି ଏହି ଘଟଣା। ଶନିବାର ଡ୍ରିଲ୍ ବେଳେ ଶଙ୍କର ନାମକ ଜଣେ ଛାତ୍ର ଭୁଲ୍ କରିବାରୁ ଶିକ୍ଷକ ଭାସ୍କର ପାତ୍ର ତାଙ୍କୁ ମାଡ଼ ମାରିବା ସହ ଗୋଇଠା ମାରିଥିବା ଅଭିଯୋଗ ହୋଇଥିଲା। ଫଳରେ ଶଙ୍କରଙ୍କ ହାତ ଭାଙ୍ଗି ଯାଇଥିବାରୁ ସ୍ଥାନୀୟ ଚିକିତ୍ସାଳୟରେ ତାଙ୍କୁ ଚିକିତ୍ସା କରାଯାଇଥିଲା। ଏ ନେଇ ଶଙ୍କରଙ୍କ ବାପା ପୁରୁଷୋତ୍ତମପୁର ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ପାଇବା ପରେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଶିକ୍ଷକ ଭାସ୍କରଙ୍କୁ ଗିରଫ କରିଛି।

Related story