ବୁଗୁଡ଼ା ଜୁଏଲରୀ ଲୁଟ୍ ଘଟଣା: ଜଣେ ଗିରଫ,୨ କେଜି ଲେଖାଏଁ ସୁନା ଓ ରୁପା ଅଳଙ୍କାର ଜବତ

ଭଞ୍ଜନଗର: ବୁଗୁଡା ଜୁଏଲରୀ ଦୋକାନ ଲୁଟ୍ ଘଟଣାରେ ଗଞ୍ଜାମ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ତାଙ୍କ ପାଖରୁ ଲୁଟ୍ ହୋଇଥିବା ୨ କେଜି ସୁନା ଓ ୨ କେଜି ରୁପା ଅଳଙ୍କାର ଜବତ କରାଯାଇଛି। ଗିରଫ ବ୍ୟକ୍ତି ଜଣଙ୍କୁ ଲୁଟ୍ ଘଟଣାର ମୁଖ୍ୟ ଅଭିଯୁକ୍ତର ଶ୍ୱଶୁର ବୋଲି ଜଣାପଡିଛି। ସେ ତାଙ୍କ ଘରେ ଲୁଟ୍ ଅଳଙ୍କାର ରଖିଥିଲେ। ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ପୋଲିସ କହିଛି। ଗତ ଅକ୍ଟୋବର ୩୧ ତାରିଖରେ ବୁଗୁଡ଼ାରେ […]

buguda-loot

Rakesh Mallick
  • Published: Thursday, 24 December 2015
  • , Updated: 24 December 2015, 07:10 AM IST

ଭଞ୍ଜନଗର: ବୁଗୁଡା ଜୁଏଲରୀ ଦୋକାନ ଲୁଟ୍ ଘଟଣାରେ ଗଞ୍ଜାମ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ତାଙ୍କ ପାଖରୁ ଲୁଟ୍ ହୋଇଥିବା ୨ କେଜି ସୁନା ଓ ୨ କେଜି ରୁପା ଅଳଙ୍କାର ଜବତ କରାଯାଇଛି। ଗିରଫ ବ୍ୟକ୍ତି ଜଣଙ୍କୁ ଲୁଟ୍ ଘଟଣାର ମୁଖ୍ୟ ଅଭିଯୁକ୍ତର ଶ୍ୱଶୁର ବୋଲି ଜଣାପଡିଛି। ସେ ତାଙ୍କ ଘରେ ଲୁଟ୍ ଅଳଙ୍କାର ରଖିଥିଲେ। ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ପୋଲିସ କହିଛି।

ଗତ ଅକ୍ଟୋବର ୩୧ ତାରିଖରେ ବୁଗୁଡ଼ାରେ ଥିବା ଏକ ଜୁଏଲରୀ ଦୋକାନକୁ ୬ଜଣ ଦୁର୍ବୃତ୍ତ ଦୁଇଟି ବାଇକରେ ଆସି ମାଲିକଙ୍କୁ ମାଡ଼ ମାରିବା ସହ ସମସ୍ତ ପ୍ରାୟ ୫ କେଜି ସୁନା ଓ ୨୦ କେଜି ରୂପା ଅଳଙ୍କାର ଲୁଟି ନେଇଥିଲେ। ଲୁଟ୍ ବେଳେ ଦୁର୍ବୃତ୍ତ ଲୋକଙ୍କୁ ଭୟଭୀତ କରିବା ପାଇଁ ୫ ରାଉଣ୍ଡ ଫାଙ୍କା ଗୁଳିଚାଳନା କରିଥିଲେ। ଗତ ନଭେମ୍ବର ୩ ତାରିଖରେ ପୋଲିସ କିଛି ଲୁଟ ଅଳଙ୍କାର ଜବତ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

Related story