ବ୍ୟାସନଗର ମ୍ୟୁନିସିପାଲଟି କାଉନସିଲର୍‌ ଅପହୃତ  ହୋଇନଥିଲେ, ପୁରୀ ଯାଇଥିଲେ

ଯାଜପୁର: ଯାଜପୁର ଜିଲ୍ଲା ବ୍ୟାସନଗର ମ୍ୟୁନିସିପାଲଟିର ୩ ନମ୍ୱର ୱାର୍ଡର କାଉନସିଲର୍‌ ମାନସିଂ ହେମ୍ୱ୍ରମ୍‌ଙ୍କ ଅପହରଣ ଘଟଣାରୁ ପରଦା ହଟିଛି। ଗତକାଲି ସନ୍ଧ୍ୟାରେ  ସେ ଯାଜପୁର ଫେରିଛନ୍ତି।  ତାଙ୍କୁ କେହି ଅପହରଣ କରି ନ ଥିଲେ ଓ ସେ ପୁରୀ ବୁଲିବାକୁ ଯାଇଥିଲେ ବୋଲି ମାନସିଂ କହିଛନ୍ତି। ସେ ନିଖୋଜ ଥିବା ନେଇ ତାଙ୍କ ପତ୍ନୀ ମାନି ହେମ୍ୱ୍ରମ୍‌ ଯାଜପୁର ରୋଡ୍‌ ଥାନାରେ ଅଭିଯୋଗ କରିଥିଲେ। ଗତ ୧୩ ତାରିଖ ସନ୍ଧ୍ୟାରେ  ଦୁଇ ଜଣ ବ୍ୟକ୍ତି ଏକ […]

jajpur

Rakesh Mallick
  • Published: Saturday, 17 September 2016
  • , Updated: 17 September 2016, 10:43 AM IST

ଯାଜପୁର: ଯାଜପୁର ଜିଲ୍ଲା ବ୍ୟାସନଗର ମ୍ୟୁନିସିପାଲଟିର ୩ ନମ୍ୱର ୱାର୍ଡର କାଉନସିଲର୍‌ ମାନସିଂ ହେମ୍ୱ୍ରମ୍‌ଙ୍କ ଅପହରଣ ଘଟଣାରୁ ପରଦା ହଟିଛି। ଗତକାଲି ସନ୍ଧ୍ୟାରେ  ସେ ଯାଜପୁର ଫେରିଛନ୍ତି।  ତାଙ୍କୁ କେହି ଅପହରଣ କରି ନ ଥିଲେ ଓ ସେ ପୁରୀ ବୁଲିବାକୁ ଯାଇଥିଲେ ବୋଲି ମାନସିଂ କହିଛନ୍ତି।

ସେ ନିଖୋଜ ଥିବା ନେଇ ତାଙ୍କ ପତ୍ନୀ ମାନି ହେମ୍ୱ୍ରମ୍‌ ଯାଜପୁର ରୋଡ୍‌ ଥାନାରେ ଅଭିଯୋଗ କରିଥିଲେ। ଗତ ୧୩ ତାରିଖ ସନ୍ଧ୍ୟାରେ  ଦୁଇ ଜଣ ବ୍ୟକ୍ତି ଏକ କଳା ସ୍କୁଟିରେ ଆସି ମାନସିଂଙ୍କୁ ବସାଇ ନେଇଯାଇଥିବା ତାଙ୍କ ପତ୍ନୀ ଅଭିଯୋଗ କରିଥିଲେ। ତା’ ପରଠାରୁ ତାଙ୍କର ଖବର ମିଳି ନ ଥିବାରୁ ସ୍ୱାମୀଙ୍କ ଜୀବନ ପ୍ରତି ବିପଦ ଥିବା ମାନି ତାଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଥିଲେ।

Related story