ଉପାସନା ଅଭିଯୋଗ କରିଛନ୍ତି ଯେ ତାଙ୍କ ବିନା ଅନୁମତିରେ ରାଜେଶ ତାଙ୍କର ଭିଡିଓ ଉତ୍ତୋଳନ କରିଛନ୍ତି। ତାଙ୍କର ଏହି ଭିଡିଓଗୁଡ଼ିକୁ ରାଜେଶ ସୋସିଆଲ୍ ମିଡିଆରେ ମଧ୍ୟ ଛାଡ଼ିଛନ୍ତି। ଏଥିପାଇଁ ରାଜେଶଙ୍କ ଉପରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।
ରାଜେଶଙ୍କ ବିରୁଦ୍ଧରେ ଉପାସନା କାଷ୍ଟିଂ କାଉଚ୍ ଅଭିଯୋଗ ଆଣିବା ପରେ ଲକ୍ଷ୍ମୀସାଗର ଥାନା ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ଗତକାଲି ୧୬୧ ଧାରାରେ ରାଜେଶଙ୍କର ବୟାନ ରେକର୍ଡ କରାଯାଇଥିଲା। ଏହି ସମୟରେ ସେ ଉପାସନା ଓ ତାଙ୍କ ମଧ୍ୟରେ ଥିବା ସଂପର୍କକୁ ବୟାନ କରୁଥିବା କିଛି ବ୍ୟକ୍ତିଗତ ଭିଡିଓ, ସୋସିଆଲ୍ ସାଇଟ୍ରେ ଉଭୟଙ୍କ ମଧ୍ୟରେ ହୋଇଥିବା ଚାଟ୍ ଏବଂ ଫିଲ୍ମ ଅର୍ଥ ଦେଣନେଣ ସଂପର୍କିତ ପ୍ରମାଣକୁ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ଦାଖଲ କରିଥିଲେ।
ଉପାସନା କାଷ୍ଟିଂ କାଉଚ ଅଭିଯୋଗ ଆଣିବା ପୂର୍ବରୁ ରାଜେଶ ତାଙ୍କ ବିରୁଦ୍ଧରେ ବ୍ଲାକମେଲିଂ ଅଭିଯୋଗ ଆଣିଥିଲେ। ଉପାସନା ତାଙ୍କର ୩୫ ଲକ୍ଷ ଟଙ୍କା ହଡ଼ପ କରିଛନ୍ତି ବୋଲି ସେ ଅଭିଯୋଗ କରିଥିଲେ।