ସମୃଦ୍ଧ ଜୀବନ ଚିଟ୍ଫଣ୍ଡ ଠକେଇ ମାମଲା: ବରଗଡରେ ସିବିଆଇ ଟିମ୍ର ତନାଘନା
ବରଗଡ଼: ଚିଟ୍ଫଣ୍ଡ ସଂସ୍ଥା ସମୃଦ୍ଧ ଜୀବନ ଠକେଇ ମାମଲାର ତଦନ୍ତ ପାଇଁ ଶନିବାର ବରଗଡ଼ ଜିଲ୍ଲାରେ ସିବିଆଇ ଟିମ୍ ତନାଘନା କରିଛି। ଆଜି ସିବିଆଇର ଜଣେ ଉଚ୍ଚପଦସ୍ଥ କର୍ମଚାରୀ ଏ.କେ ମିଶ୍ରଙ୍କ ନେତୃତ୍ତ୍ୱରେ ଏକ ଦୁଇ ଜଣିଆ ଟିମ୍ ଟାଉନ୍ ଥାନା ଆଇଆଇସିଙ୍କୁ ଭେଟି ମାମଲା ସମ୍ପର୍କରେ ପଚରାଉଚରା କରିଛନ୍ତି। ସୂଚନାଯୋଗ୍ୟ, ଏହି ସଂସ୍ଥା ବିଭିନ୍ନ ମନଲୋଭା ସ୍କିମ୍ କରି ବରଗଡରୁ କୋଟି କୋଟି ଟଙ୍କା ଠକି ନେଇଥିବା ନେଇ ୨୦୧୩ରେ ଥାନାରେ ଅଭିଯୋଗ ହୋଇଥିଲା।
ବରଗଡ଼: ଚିଟ୍ଫଣ୍ଡ ସଂସ୍ଥା ସମୃଦ୍ଧ ଜୀବନ ଠକେଇ ମାମଲାର ତଦନ୍ତ ପାଇଁ ଶନିବାର ବରଗଡ଼ ଜିଲ୍ଲାରେ ସିବିଆଇ ଟିମ୍ ତନାଘନା କରିଛି। ଆଜି ସିବିଆଇର ଜଣେ ଉଚ୍ଚପଦସ୍ଥ କର୍ମଚାରୀ ଏ.କେ ମିଶ୍ରଙ୍କ ନେତୃତ୍ତ୍ୱରେ ଏକ ଦୁଇ ଜଣିଆ ଟିମ୍ ଟାଉନ୍ ଥାନା ଆଇଆଇସିଙ୍କୁ ଭେଟି ମାମଲା ସମ୍ପର୍କରେ ପଚରାଉଚରା କରିଛନ୍ତି।
ସୂଚନାଯୋଗ୍ୟ, ଏହି ସଂସ୍ଥା ବିଭିନ୍ନ ମନଲୋଭା ସ୍କିମ୍ କରି ବରଗଡରୁ କୋଟି କୋଟି ଟଙ୍କା ଠକି ନେଇଥିବା ନେଇ ୨୦୧୩ରେ ଥାନାରେ ଅଭିଯୋଗ ହୋଇଥିଲା।