ଚିଠଫଣ୍ଡ ଠକେଇ: ମଧୁ ମହାନ୍ତି ଓ ରାମଚନ୍ଦ୍ର ହାଁସଦାଙ୍କ ଜାମିନ ଆବେଦନ ହାଇକୋର୍ଟରେ ଖାରଜ

କଟକ: ଅର୍ଥତତ୍ତ୍ୱ ଚିଠଫଣ୍ଡ ଠକେଇ ମାମଲାରେ ଗିରଫ ହୋଇଥିବା ଖବର କାଗଜ ମାଲିକ ମଧୁ ମହାନ୍ତିଙ୍କ ଜାମିନ ଆବେଦନ ଆଜି ହାଇକୋର୍ଟରେ ଖାରଜ ହୋଇଛି। ପୂର୍ବରୁ ମଧ୍ୟ ତାଙ୍କର ଜାମିନ ଆବେଦନ ଖାରଜ ହୋଇଥିବା ବେଳେ ଦ୍ୱିତୀୟ ଆବେଦନ ପାଇଁ କୌଣସି ପରିବର୍ତ୍ତିତ ପରିସ୍ଥିତି ନଥିବା ଦର୍ଶାଇ ହାଇକୋର୍ଟ ଏହାକୁ ଖାରଜ କରିଛନ୍ତି। ତଦନ୍ତ ପ୍ରକ୍ରିୟା ଯଥେଷ୍ଟ ଅଗ୍ରଗତି ହୋଇଛି। ତେଣୁ ତାଙ୍କୁ ଜାମିନ ଦେବାରେ କୌଣସି ଅସୁବିଧା ନାହିଁ ବୋଲି ମଧୁଙ୍କ ପକ୍ଷରୁ ଦର୍ଶାଯାଇଥିଲା। ବ୍ୟାପକ […]

chifund

Rakesh Mallick
  • Published: Monday, 28 March 2016
  • , Updated: 28 March 2016, 09:44 AM IST

କଟକ: ଅର୍ଥତତ୍ତ୍ୱ ଚିଠଫଣ୍ଡ ଠକେଇ ମାମଲାରେ ଗିରଫ ହୋଇଥିବା ଖବର କାଗଜ ମାଲିକ ମଧୁ ମହାନ୍ତିଙ୍କ ଜାମିନ ଆବେଦନ ଆଜି ହାଇକୋର୍ଟରେ ଖାରଜ ହୋଇଛି। ପୂର୍ବରୁ ମଧ୍ୟ ତାଙ୍କର ଜାମିନ ଆବେଦନ ଖାରଜ ହୋଇଥିବା ବେଳେ ଦ୍ୱିତୀୟ ଆବେଦନ ପାଇଁ କୌଣସି ପରିବର୍ତ୍ତିତ ପରିସ୍ଥିତି ନଥିବା ଦର୍ଶାଇ ହାଇକୋର୍ଟ ଏହାକୁ ଖାରଜ କରିଛନ୍ତି। ତଦନ୍ତ ପ୍ରକ୍ରିୟା ଯଥେଷ୍ଟ ଅଗ୍ରଗତି ହୋଇଛି। ତେଣୁ ତାଙ୍କୁ ଜାମିନ ଦେବାରେ କୌଣସି ଅସୁବିଧା ନାହିଁ ବୋଲି ମଧୁଙ୍କ ପକ୍ଷରୁ ଦର୍ଶାଯାଇଥିଲା।

ବ୍ୟାପକ ଅର୍ଥ ମଧୁଙ୍କ ଆକାଉଣ୍ଟକୁ ଯାଇଛି ଏବଂ ମନିଟ୍ରେଲର ତଦନ୍ତ ଜାରି ରହିଥିବା ବେଳେ ତାଙ୍କୁ ଜାମିନ ଦିଆଗଲେ ତଦନ୍ତ ପ୍ରକ୍ରିୟା ପ୍ରଭାବିତ ହେବ ବୋଲି ସିବିଆଇ ପକ୍ଷରୁ ଦର୍ଶାଯାଇଥିଲା।

ଅନ୍ୟପକ୍ଷରେ ନବ ଦିଗନ୍ତ ଚିଟଫଣ୍ଡ ଠକେଇ ମାମଲାରେ ସାଂସଦ ରାମଚନ୍ଦ୍ର ହାଁସଦାଙ୍କ ଅନ୍ତରୀଣ ଜାମିନ ଆବେଦନକୁ ମଧ୍ୟ ଆଜି ହାଇକୋର୍ଟ ଖାରଜ କରିଛନ୍ତି।  ସେ ଦର୍ଶାଇଥିବା ସ୍ୱାସ୍ଥ୍ୟଗତ କାରଣ ଯଥେଷ୍ଟ ନୁହେଁ ବୋଲି ହାଇକୋର୍ଟ ଉଲ୍ଲେଖ କରିଛନ୍ତି।

Related story