ଚିଟଫଣ୍ଡ ଠକେଇ: ଆଶୀର୍ବାଦ ମଲଟି ପର୍ପସ୍ କମ୍ପାନୀର ସିଇଓ ଗିରଫ

ଭୁବନେଶ୍ୱର: ଆଶୀର୍ବାଦ ମଲଟି ପର୍ପୋଜ ଚିଟଫଣ୍ଡ ଠକେଇ ମାମଲାରେ  ଆଜି ପୋଲିସ ଜଣଙ୍କୁ ଗିରଫ କରିଛି। ଗିରଫ ଜଣକ ହେଲେ କମ୍ପାନୀ ସିଇଓ ଶ୍ୱେତାଙ୍ଗ ପଟ୍ଟନାୟକ। ତାଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା କେନ୍ଦୁଝରରୁ ଗିରଫ କରିଛି। ଏହି ଚିଟଫଣ୍ଡ ସଂସ୍ଥା ପ୍ରାୟ ୧୦ କୋଟି ଟଙ୍କା ଠକେଇ ନେଇଥିବା ଅଭିଯୋଗ  ହୋଇଛି। ଏହି ସଂସ୍ଥା ବିରୋଓରେ କଟକ ଓଲଟପୁର ଥାନାରେ ମାମଲା ରୁଜୁ ହୋଇଥିଲା। ହାଇକୋର୍ଟ ନିର୍ଦ୍ଦେଶ ପରେ ମାମଲା କ୍ରାଇମବ୍ରାଞ୍ଚକୁ ଯାଇଥିଲା। ଅଧିକ ସୁଧର […]

giraf

Rakesh Mallick
  • Published: Sunday, 03 January 2016
  • , Updated: 03 January 2016, 11:34 AM IST

ଭୁବନେଶ୍ୱର: ଆଶୀର୍ବାଦ ମଲଟି ପର୍ପୋଜ ଚିଟଫଣ୍ଡ ଠକେଇ ମାମଲାରେ  ଆଜି ପୋଲିସ ଜଣଙ୍କୁ ଗିରଫ କରିଛି। ଗିରଫ ଜଣକ ହେଲେ କମ୍ପାନୀ ସିଇଓ ଶ୍ୱେତାଙ୍ଗ ପଟ୍ଟନାୟକ। ତାଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା କେନ୍ଦୁଝରରୁ ଗିରଫ କରିଛି। ଏହି ଚିଟଫଣ୍ଡ ସଂସ୍ଥା ପ୍ରାୟ ୧୦ କୋଟି ଟଙ୍କା ଠକେଇ ନେଇଥିବା ଅଭିଯୋଗ  ହୋଇଛି।

ଏହି ସଂସ୍ଥା ବିରୋଓରେ କଟକ ଓଲଟପୁର ଥାନାରେ ମାମଲା ରୁଜୁ ହୋଇଥିଲା। ହାଇକୋର୍ଟ ନିର୍ଦ୍ଦେଶ ପରେ ମାମଲା କ୍ରାଇମବ୍ରାଞ୍ଚକୁ ଯାଇଥିଲା। ଅଧିକ ସୁଧର ଲୋଭ ଓ ଜମି ଦେବା ନାଁରେ ବିଭିନ୍ନ ସ୍କିମ୍ ମାଧ୍ୟମରେ ଆଶୀର୍ବାଦ ମଲଟି ପରପଜ୍ କୋପୋରେଟିଭ୍ ଜାମାକାରୀଙ୍କଠାରୁ ଟଙ୍କା ସଂଗ୍ରହ କରିଥିଲା। ୨୦୧୦ରୁ ୨୦୧୪ ଯାଏଁ ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ, ରଣପୁର, ଓଲଟପୁର, ପିପିଲି ଆଦି ୬ରୁ ଅଧିକ ସ୍ଥାନରେ ବ୍ରାଞ୍ଚ ଖୋଲି ସଂସ୍ଥା କାରବାର ଚଳାଇଥିଲା। ପୂର୍ବରୁ ସଂସ୍ଥାର ଜଣେ ନିର୍ଦ୍ଦେଶକ ରଶ୍ମୀ ପାଇକରାୟ ଗିରଫ ହୋଇଥିଲେ। ସଂସ୍ଥାର ୫ଜଣ ନିର୍ଦ୍ଦେଶକ ଏବେ ବି ଫେରାର ଅଛନ୍ତି।

Related story