ସ୍ୱତନ୍ତ୍ର ଚିଟ୍‌ଫଣ୍ଡ୍‌ ଅଦାଲତରେ ହାଜର ହେଲେ ଓସ୍କାର ନିର୍ଦ୍ଦେଶକ

କଟକ: ଓସ୍କାର ଚିଟଫଣ୍ଡ ସଂସ୍ଥାର ଅନ୍ୟତମ ନିଦ୍ଦେର୍ଶକ ତାରା ହୋତାଙ୍କୁ ଆଜି  କଟକ ସ୍ୱତନ୍ତ୍ର ଚିଟଫଣ୍ଡ ଅଦାଲତରେ ହାଜର କରାଯାଇଛି। ୩ ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ତାରାଙ୍କୁ ଅଦାଲତରେ ହାଜର କରିଥିଲା। ପୁର୍ନବାର ରିମାଣ୍ଡ ପାଇଁ କ୍ରାଇମବ୍ରାଞ୍ଚ ଇଓଡ଼ବ୍ଲୁ ପକ୍ଷରୁ କୌଣସି ଆବେଦନ କରାଯାଇ ନ ଥିବାରୁ ତାଙ୍କୁ ଚୌଦ୍ୱାର ଜେଲ ହାଜତକୁ ପଠାଇ ଦିଆଯାଇଛି। ତାରାଙ୍କୁ ଆସନ୍ତା ୨୮ ତାରିଖରେ ପୁର୍ନବାର ସ୍ୱତନ୍ତ୍ର ଚିଟଫଣ୍ଡ ଅଦାଲତରେ […]

oscar-director

Rakesh Mallick
  • Published: Saturday, 18 June 2016
  • , Updated: 18 June 2016, 08:30 PM IST

କଟକ: ଓସ୍କାର ଚିଟଫଣ୍ଡ ସଂସ୍ଥାର ଅନ୍ୟତମ ନିଦ୍ଦେର୍ଶକ ତାରା ହୋତାଙ୍କୁ ଆଜି  କଟକ ସ୍ୱତନ୍ତ୍ର ଚିଟଫଣ୍ଡ ଅଦାଲତରେ ହାଜର କରାଯାଇଛି। ୩ ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ତାରାଙ୍କୁ ଅଦାଲତରେ ହାଜର କରିଥିଲା। ପୁର୍ନବାର ରିମାଣ୍ଡ ପାଇଁ କ୍ରାଇମବ୍ରାଞ୍ଚ ଇଓଡ଼ବ୍ଲୁ ପକ୍ଷରୁ କୌଣସି ଆବେଦନ କରାଯାଇ ନ ଥିବାରୁ ତାଙ୍କୁ ଚୌଦ୍ୱାର ଜେଲ ହାଜତକୁ ପଠାଇ ଦିଆଯାଇଛି। ତାରାଙ୍କୁ ଆସନ୍ତା ୨୮ ତାରିଖରେ ପୁର୍ନବାର ସ୍ୱତନ୍ତ୍ର ଚିଟଫଣ୍ଡ ଅଦାଲତରେ ହାଜର କରାଯିବ। ଅନ୍ୟପଟେ ସଂସ୍ଥାର ମୁଖ୍ୟ ପ୍ରଭାସ ରାଉତଙ୍କ ରିମାଣ୍ଡ ଅବଧି ଶେଷ ହେବାପରେ ଆସନ୍ତା ୨୦ ତାରିଖରେ ତାଙ୍କୁ ଅଦାଲତରେ ହାଜର କରାଯିବ।

Related story