ଚିଟଫଣ୍ଡ ଠକେଇ: ସିବିଆଇ ସ୍ୱତନ୍ତ୍ର କୋର୍ଟରେ ହାଜର ହେଲେ ସମୃଦ୍ଧ ଜୀବନ  ସିଏମଡି

ଭୁବନେଶ୍ୱର:  ଚିଟଫଣ୍ଡ ସଂସ୍ଥା ସମୃଦ୍ଧ ଜୀବନର ସିଏମଡି ମହେଶ କିଶାନ ମୋଟେୱାରଙ୍କୁ ଆଜି ସିବିଆଇ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଛି। ସିବିଆଇ ତାଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିଥିଲା। ୧୮ଟି କମ୍ପାନି ମାଧ୍ୟମରେ ୨ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଠକେଇ କରିଥିବା ଅଭିଯୋଗ ହୋଇଛି। ସେଥି ମଧ୍ୟରୁ  ଓଡ଼ିଶାରେ ୪ ଶହ କୋଟି ଟଙ୍କାର ଠକେଇ କରିଥିବା ଅଭିଯୋଗ ରହିଛି। ପ୍ରଥମେ ମହେଶଙ୍କୁ ପୁନେରୁ  ପୋଲିସ୍ ଗିରଫ କରିଥିଲା। ପରେ […]

chitfund

Rakesh Mallick
  • Published: Wednesday, 27 April 2016
  • , Updated: 27 April 2016, 08:29 AM IST

ଭୁବନେଶ୍ୱର:  ଚିଟଫଣ୍ଡ ସଂସ୍ଥା ସମୃଦ୍ଧ ଜୀବନର ସିଏମଡି ମହେଶ କିଶାନ ମୋଟେୱାରଙ୍କୁ ଆଜି ସିବିଆଇ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଛି। ସିବିଆଇ ତାଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିଥିଲା। ୧୮ଟି କମ୍ପାନି ମାଧ୍ୟମରେ ୨ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଠକେଇ କରିଥିବା ଅଭିଯୋଗ ହୋଇଛି। ସେଥି ମଧ୍ୟରୁ  ଓଡ଼ିଶାରେ ୪ ଶହ କୋଟି ଟଙ୍କାର ଠକେଇ କରିଥିବା ଅଭିଯୋଗ ରହିଛି। ପ୍ରଥମେ ମହେଶଙ୍କୁ ପୁନେରୁ  ପୋଲିସ୍ ଗିରଫ କରିଥିଲା। ପରେ ତାଙ୍କୁ ଓଡ଼ିଶା ଅଣାଯାଇଥିଲା।

୨୦୧୩ ମସିହାରେ ସମୃଦ୍ଧ ଜୀବନ ନାଁରେ ତାଳଚେର ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଏହି ସଂସ୍ଥା ଅନୁଗୋଳ ଜିଲ୍ଲା ତାଳଚେର ଠାରେ ଏକ କାର୍ଯ୍ୟାଳୟ ଖୋଲି ଲୋକଙ୍କ ଠାରୁ ବହୁ କୋଟି ଟଙ୍କା ଠକି ନେଇଥିବା ଏଥିରେ ଅଭିଯୋଗ ହୋଇଥିଲା।

Related story