ଚୌଦ୍ୱାର ଜେଲରେ ଚଢ଼ାଉ, ନିଶାଦ୍ରବ୍ୟ ଜବତ

କଟକ: ଅପରାଧିକ ଷଡ଼ଯନ୍ତ୍ର ହେଉଥିବା ସନ୍ଦେହରେ ଚୌଦ୍ୱାର ଜେଲରେ ଆଜି  ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଛି। କଟକ ଜିଲ୍ଲାପାଳ, କଟକ ଜିଲ୍ଲା ଦୌରାଜଜ୍ ଓ କଟକ ଡିସିପିଙ୍କ ନେତୃତ୍ୱରେ ୧୫ ଜଣିଆ ଟିମ୍ ଏହି ଚଢ଼ାଉ କରିଥିଲେ। ଦିନ ୧ଟାରୁ ୩ ଟା ପର୍ଯ୍ୟନ୍ତ ଏହି ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ଜେଲ ଭିତରୁ ଗୁଟ୍‌ଖା, ସିଗାରେଟ୍, ବିଡି, ଗଞ୍ଜେଇ,ଦିଆସିଲି ଓ ଲାଇଟର ଇତ୍ୟାଦି ସାମଗ୍ରୀ ଜବତ କରାଯାଇଥିଲା। ପୋଲିସ୍ ଏହି ଜିନିଷ ଗୁଡ଼ିକ ନଷ୍ଟ […]

cuttack 8

Rakesh Mallick
  • Published: Saturday, 02 April 2016
  • , Updated: 02 April 2016, 11:13 AM IST

କଟକ: ଅପରାଧିକ ଷଡ଼ଯନ୍ତ୍ର ହେଉଥିବା ସନ୍ଦେହରେ ଚୌଦ୍ୱାର ଜେଲରେ ଆଜି  ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଛି। କଟକ ଜିଲ୍ଲାପାଳ, କଟକ ଜିଲ୍ଲା ଦୌରାଜଜ୍ ଓ କଟକ ଡିସିପିଙ୍କ ନେତୃତ୍ୱରେ ୧୫ ଜଣିଆ ଟିମ୍ ଏହି ଚଢ଼ାଉ କରିଥିଲେ। ଦିନ ୧ଟାରୁ ୩ ଟା ପର୍ଯ୍ୟନ୍ତ ଏହି ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ଜେଲ ଭିତରୁ ଗୁଟ୍‌ଖା, ସିଗାରେଟ୍, ବିଡି, ଗଞ୍ଜେଇ,ଦିଆସିଲି ଓ ଲାଇଟର ଇତ୍ୟାଦି ସାମଗ୍ରୀ ଜବତ କରାଯାଇଥିଲା। ପୋଲିସ୍ ଏହି ଜିନିଷ ଗୁଡ଼ିକ ନଷ୍ଟ କରି ଦେଇଛି। ଚୌଦ୍ୱାର ଜେଲରେ ଡି’ ବ୍ରଦର୍ସଙ୍କ ସହଯୋଗୀ ଓ ଟିଟୋ ଗ୍ୟାଙ୍ଗର ସଦସ୍ୟମାନେ ଅଛନ୍ତି।

 ଗତ ସେପ୍ଟେମ୍ବର ୩ ତାରିଖ ଦିନ ଚୌଦ୍ୱାର ସର୍କଲ ଜେଲ୍ ଉପରେ କମିଶନରେଟ୍ ପୋଲିସ ପକ୍ଷରୁ ଚଢାଉ କରାଯାଇଥିଲା। କଟକ ଡିସିପି ଓ ଉପ-ଜିଲ୍ଲାପାଳଙ୍କ ନେତୃତ୍ୱରେ ଭୋର ପ୍ରାୟ ସାଢ଼େ ୪ଟା ବେଳକୁ ଏହି ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ  ଜେଲରେ ଅନ୍ତେବାସୀଙ୍କ ରୁମରୁ ଗୁଟ୍‌ଖା, ସିଗାରେଟ୍,ଗଞ୍ଜେଇ ଓ ଗୋଟିଏ ଏଲଇଡି ଟିଭି ମଧ୍ୟ ଜବତ କରାଯାଇଥିଲା।

Related story