କଲେଜ ଛାତ୍ରୀଙ୍କୁ ବଳାତ୍କାର ଓ ଏମ୍‌ଏମ୍‌ଏସ୍‌ ପ୍ରଘଟ ମାମଲା: ୫ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

ସମ୍ୱଲପୁର: ସମ୍ୱଲପୁରର ଜଣେ କଲେଜ ଛାତ୍ରୀଙ୍କୁ ବଳାତ୍କାର ଓ ଏମ୍‌ଏମ୍‌ଏସ୍‌ କରି ପ୍ରଘଟ କରିବା ମାମଲାରେ ଜିଲ୍ଲା ଓ ଦୌରାଜଜ୍‌ ଆଜି ୫ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ସେମାନେ ହେଲେ ବିଷ୍ଣୁ କିଷାନ୍, ରଞ୍ଜନ ଓରାମ୍‌, ଜୟମଙ୍ଗଳ ପ୍ରଧାନ, ପ୍ରଶାନ୍ତ ଦଣ୍ଡସେନା ଓ ମୁନ୍ନା ଓରାମ। ଆଇପିସିର ଧାରା ୩୭୬ ଡି ଏବଂ ପିସିଏସ୍‌ଓ ଧାରା ୬ ଅନୁସାରେ କୋର୍ଟ ଏହି ରାୟ ଦେଇଛନ୍ତି। ଏହାସହ ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କା ଜରିମାନା ଦେବାକୁ କୁହାଯାଇଛି । […]

sambulpur

Rakesh Mallick
  • Published: Thursday, 25 August 2016
  • , Updated: 25 August 2016, 11:37 PM IST

ସମ୍ୱଲପୁର: ସମ୍ୱଲପୁରର ଜଣେ କଲେଜ ଛାତ୍ରୀଙ୍କୁ ବଳାତ୍କାର ଓ ଏମ୍‌ଏମ୍‌ଏସ୍‌ କରି ପ୍ରଘଟ କରିବା ମାମଲାରେ ଜିଲ୍ଲା ଓ ଦୌରାଜଜ୍‌ ଆଜି ୫ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ସେମାନେ ହେଲେ ବିଷ୍ଣୁ କିଷାନ୍, ରଞ୍ଜନ ଓରାମ୍‌, ଜୟମଙ୍ଗଳ ପ୍ରଧାନ, ପ୍ରଶାନ୍ତ ଦଣ୍ଡସେନା ଓ ମୁନ୍ନା ଓରାମ। ଆଇପିସିର ଧାରା ୩୭୬ ଡି ଏବଂ ପିସିଏସ୍‌ଓ ଧାରା ୬ ଅନୁସାରେ କୋର୍ଟ ଏହି ରାୟ ଦେଇଛନ୍ତି। ଏହାସହ ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କା ଜରିମାନା ଦେବାକୁ କୁହାଯାଇଛି । ଜରିମାନା ଅନାଦେୟ ଆସାମୀମାନଙ୍କୁ ଆଉ ୨ ବର୍ଷ ଅଧିକ ଜେଲ୍‌ରେ ରହିବାକୁ ପଡ଼ିବ ବୋଲି କୋର୍ଟ ତାଙ୍କ ରାୟରେ ଶୁଣାଇଛନ୍ତି।

ଏହି ଘଟଣାର ଅନ୍ୟ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ସୁନୀଲ ମିର୍ଦ୍ଧାଙ୍କୁ ଆଇଟି ଆକ୍ଟ ଅନୁସାରେ ୩ ବର୍ଷ କାର ଦାଣ୍ଡାଦେଶ ଓ ୨ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ଘଟଣାରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ ସମୀର ପ୍ରଧାନଙ୍କୁ ପ୍ରମାଣ ଅଭାବରୁ ଖଲାସ କରାଯାଇଛି।

ଘଟଣାରେ ଜଣେ ନାବାଳକ ଗିରଫ ହୋଇଥିଲେ। ସିଜିଏମ୍‌ କୋର୍ଟରେ ତାଙ୍କ ବିଚାର ପ୍ରକ୍ରିୟା ଚାଲିଛି।

ସୂଚନାଯୋଗ୍ୟ, ୨୦୧୪ ଜୁଲାଇ ୨୨ ତାରିଖରେ ଏହି ଘଟଣା ଘଟିଥିଲା। ଜଣେ କଲେଜ ଛାତ୍ରୀ ତାଙ୍କ ବନ୍ଧୁଙ୍କ ସହ ଏକ ଅଟୋରେ ହୀରାକୁଦ ଡ୍ୟାମ୍‌ ନିକଟସ୍ଥ ଜମାଦାରପାଲି ଯାଇଥିଲେ। ସେଠାରେ ଅଟୋ ଚାଳକ ଜଣଙ୍କ ସେମାନଙ୍କୁ ଛାଡି ଫେରିବା ପରେ ନିଜର ଜଣେ ସହଯୋଗୀ ଓ ଅନ୍ୟମାନଙ୍କୁ ଏ ବିଷୟରେ ଖବର ଦେଇଥିଲେ। ଛାତ୍ରୀ ଓ ତାଙ୍କ ପୁଅ ସାଙ୍ଗ ଏକ ପୋଲ ତଳେ ଗପୁଥିବା ବେଳେ ଅଭିଯୁକ୍ତମାନେ ସେଠାରେ ପହଞ୍ଚି ଛାତ୍ରୀର ପୁଅ ସାଙ୍ଗକୁ ଜବରଦସ୍ତ ଅଟକାଇ ରଖି ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିଲେ ଓ ଏହାକୁ ମୋବାଇଲରେ ରେକଡିଂ କରିଥିଲେ। ଛାତ୍ରୀର ପାଟି ଶୁଣି ସ୍ଥାନୀୟ ଅଞ୍ଚଳର କିଛି ଲୋକ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ।

ପରେ ଅଭିଯୁକ୍ତମାନେ ସଂପୃକ୍ତ ଛାତ୍ରୀ ଓ ତାଙ୍କ ବନ୍ଧୁଙ୍କୁ ବ୍ଲାକମେଲିଂ କରିଥିଲେ। ଲୋକଲଜ୍ଜା ଭୟରେ ଛାତ୍ରୀ ଜଣକ କାହାକୁ କିଛି ଜଣାଇ ନ ଥିଲେ। ଏମ୍‌ଏମ୍‌ଏସ୍‌ ଘଟଣା ପଦାକୁ ଆସିବା ପରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଏସଡ଼ିପିଓଙ୍କ ନେତୃତ୍ୱରେ ଗଠିତ ଏକ ଟିମ୍ ବିଭିନ୍ନ ଜାଗାରେ ଚଢ଼ାଉ କରି ଅଭଯୁକ୍ତମାନଙ୍କୁ ଗିରଫ କରିଥିଲା।

Related story