ଠିକାଦାର ପ୍ରକାଶ ସେଠୀ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଗୟାଧର ତରାଇ ଗିରଫ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା କଣ୍ଟ୍ରାକ୍ଟର ପ୍ରକାଶ ସେଠୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୟାଧର ତରାଇକୁ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଟିମ ଗିରଫ କରିଛି। ୨୦୧୪ରେ ଯାଜପୁର ଜିଲ୍ଲା ବଡ଼ଚଣା ଥାନାରେ କଣ୍ଟ୍ରାକ୍ଟର ପ୍ରକାଶ ସେଠୀଙ୍କୁ ହତ୍ୟା କରାଯାଇଥିଲା। ଚଣ୍ଡିଖୋଲ ଡ୍ରେନେଜ୍ ଡିଭିଜନରୁ ଟେଣ୍ଡର କାମ ସାରି ଫେରୁଥିବା ବେଳେ ପଦ୍ମନାଭପୁର ଛକରେ ପ୍ରକାଶଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଟେଣ୍ଡର ବାବଦକୁ ଦାଦାବଟି ଆଦାୟକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିଲା। ମୁଖ୍ୟ ଅଭିଯୁକ୍ତ ଗୟାଧର ତରାଇଙ୍କ ସହିତ ହତ୍ୟାକାଣ୍ଡରେ ସଂପୃକ୍ତ […]

kandra-6

Rakesh Mallick
  • Published: Monday, 02 November 2015
  • , Updated: 02 November 2015, 07:59 AM IST

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା କଣ୍ଟ୍ରାକ୍ଟର ପ୍ରକାଶ ସେଠୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୟାଧର ତରାଇକୁ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଟିମ ଗିରଫ କରିଛି। ୨୦୧୪ରେ ଯାଜପୁର ଜିଲ୍ଲା ବଡ଼ଚଣା ଥାନାରେ କଣ୍ଟ୍ରାକ୍ଟର ପ୍ରକାଶ ସେଠୀଙ୍କୁ ହତ୍ୟା କରାଯାଇଥିଲା। ଚଣ୍ଡିଖୋଲ ଡ୍ରେନେଜ୍ ଡିଭିଜନରୁ ଟେଣ୍ଡର କାମ ସାରି ଫେରୁଥିବା ବେଳେ ପଦ୍ମନାଭପୁର ଛକରେ ପ୍ରକାଶଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଟେଣ୍ଡର ବାବଦକୁ ଦାଦାବଟି ଆଦାୟକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିଲା। ମୁଖ୍ୟ ଅଭିଯୁକ୍ତ ଗୟାଧର ତରାଇଙ୍କ ସହିତ ହତ୍ୟାକାଣ୍ଡରେ ସଂପୃକ୍ତ ଅନ୍ୟ ଅପରାଧୀଙ୍କୁ ଧରିବା ପାଇଁ ପୋଲିସ୍ ଉଦ୍ୟମ ଚଳାଇଛି।

Related story