ଭିଡିଓ କନଫରେନସିଂ ମାଧ୍ୟମରେ କୋର୍ଟରେ ହାଜର ହେଲେ ସୁଶୀଲ ଧଳସାମନ୍ତ

କଟକ: ଭିଡିଓ କନଫରେନସିଂ ମାଧ୍ୟମରେ ଆଜି କଟକ ଏସ୍‌ଡିଜେଏମ୍‌ କୋର୍ଟରେ ସୁଶୀଲ ଧଳସାମନ୍ତକୁ ହାଜର କରାଯାଇଛି। ଏହାସହ ଡି’ ବ୍ରଦର୍ସଙ୍କର ୬ ଜଣ ସହଯୋଗୀଙ୍କୁ ମଧ୍ୟ କୋର୍ଟରେ ହାଜର କରାଯାଇଛି। ତେବେ ସାନଭାଇ ସୁଶାନ୍ତ ଆଜି କୋର୍ଟରେ ହାଜର ହୋଇନାହାନ୍ତି। ଯାନ୍ତ୍ରୀକ ତ୍ରୁଟି କାରଣରୁ ତାକୁ କୋର୍ଟରେ ହାଜର କରାଯାଇପାରି ନ ଥିଲା। ଗିରଫ ହେବା ପରଠାରୁ ଚୌଦ୍ୱାର ଜେଲ୍‌ରେ ରହୁଥିବା ଡି’ ବ୍ରଦର୍ସଙ୍କୁ ସୁରକ୍ଷା ଦୃଷ୍ଟିରୁ ଅଲଗା ଅଲଗା ରଖିବାକୁ କମିଶନରେଟ୍‌ ପୋଲିସ କୋର୍ଟରେ ଆବେଦନ […]

d-brothers

Rakesh Mallick
  • Published: Tuesday, 22 March 2016
  • , Updated: 22 March 2016, 11:17 AM IST

କଟକ: ଭିଡିଓ କନଫରେନସିଂ ମାଧ୍ୟମରେ ଆଜି କଟକ ଏସ୍‌ଡିଜେଏମ୍‌ କୋର୍ଟରେ ସୁଶୀଲ ଧଳସାମନ୍ତକୁ ହାଜର କରାଯାଇଛି। ଏହାସହ ଡି’ ବ୍ରଦର୍ସଙ୍କର ୬ ଜଣ ସହଯୋଗୀଙ୍କୁ ମଧ୍ୟ କୋର୍ଟରେ ହାଜର କରାଯାଇଛି। ତେବେ ସାନଭାଇ ସୁଶାନ୍ତ ଆଜି କୋର୍ଟରେ ହାଜର ହୋଇନାହାନ୍ତି। ଯାନ୍ତ୍ରୀକ ତ୍ରୁଟି କାରଣରୁ ତାକୁ କୋର୍ଟରେ ହାଜର କରାଯାଇପାରି ନ ଥିଲା।

ଗିରଫ ହେବା ପରଠାରୁ ଚୌଦ୍ୱାର ଜେଲ୍‌ରେ ରହୁଥିବା ଡି’ ବ୍ରଦର୍ସଙ୍କୁ ସୁରକ୍ଷା ଦୃଷ୍ଟିରୁ ଅଲଗା ଅଲଗା ରଖିବାକୁ କମିଶନରେଟ୍‌ ପୋଲିସ କୋର୍ଟରେ ଆବେଦନ କରିଥିଲା। ଏହାର ବିଚାର କରି ସୁଶୀଲକୁ ଝାରପଡ଼ା ଓ ସୁଶାନ୍ତକୁ ବାଲେଶ୍ୱର ଜେଲ୍‌ରେ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

Related story