କଟକ: ଆନ୍ତଃରାଜ୍ୟ ଗାଡି ଚୋରି ରାକେଟର ପର୍ଦ୍ଦାଫାଶ୍, ୨ ଗିରଫ୍, ୪ ବୋଲେରୋ ଜବତ

କଟକ: ଆନ୍ତଃରାଜ୍ୟ ଗାଡି ଚୋରି ରାକେଟର ପର୍ଦ୍ଦାଫାଶ କରିଛି କଟକ ଚାଉଳିଆଗଞ୍ଜ ପୋଲିସ। ଶୁକ୍ରବାର ସେମାନଙ୍କ ଠାରୁ ୪ଟି ବୋଲେରୋ ଗାଡି ଜବତ କରିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ମନୋଜ ବାରିକ ଫେରାର ଥିବା ବେଳେ ଅନ୍ୟ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରରେଟ ପୋଲିସ। ପୋଲିସର ସୂଚନା ଅନୁଯାୟୀ ଏହି ଗ୍ୟାଙ୍ଗ ମୟୁରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱର ଅଞ୍ଚଳରୁ ଗାଡି ଚୋରି କରି ବିକ୍ରି କରୁଥିଲେ। କେନ୍ଦୁଝର ଆରଟିଓ ଅଫିସରୁ ଗାଡିଗୁଡିକର ଜାଲ କାଗଜପତ୍ର […]

cuttack

Rakesh Mallick
  • Published: Friday, 20 November 2015
  • , Updated: 20 November 2015, 02:06 PM IST

କଟକ: ଆନ୍ତଃରାଜ୍ୟ ଗାଡି ଚୋରି ରାକେଟର ପର୍ଦ୍ଦାଫାଶ କରିଛି କଟକ ଚାଉଳିଆଗଞ୍ଜ ପୋଲିସ। ଶୁକ୍ରବାର ସେମାନଙ୍କ ଠାରୁ ୪ଟି ବୋଲେରୋ ଗାଡି ଜବତ କରିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ମନୋଜ ବାରିକ ଫେରାର ଥିବା ବେଳେ ଅନ୍ୟ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରରେଟ ପୋଲିସ। ପୋଲିସର ସୂଚନା ଅନୁଯାୟୀ ଏହି ଗ୍ୟାଙ୍ଗ ମୟୁରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱର ଅଞ୍ଚଳରୁ ଗାଡି ଚୋରି କରି ବିକ୍ରି କରୁଥିଲେ। କେନ୍ଦୁଝର ଆରଟିଓ ଅଫିସରୁ ଗାଡିଗୁଡିକର ଜାଲ କାଗଜପତ୍ର କରାଯାଉଥିଲା। ଗାଡି ଚୋରି ପରେ କଟକ ଶିଖରପୁରସ୍ଥିତ  ଏକ ଗ୍ୟାରେଜରେ ଗାଡି ଗୁଡିକର ଚେଚିସ୍  ଓ ଇଞ୍ଜିନ୍ ନମ୍ୱର ବଦଳା ଯାଉଥିଲା। ଏହି ଖବର ପାଇ ଚାଉଳିଆଗଂଜ ପୋଲିସ ଗ୍ୟାରେଜରେ ଚଢାଉ କରିଥିଲା ବୋଲି ସୂଚନା ଦେଇଛନ୍ତି କଟକ ଡିସିପି ସଞ୍ଜିବ ଆରୋରା।

Related story