କଟକ: ଅଳଙ୍କାର ଦୋକାନରୁ ୮ ଲକ୍ଷ ଟଙ୍କାର ଗହଣା ଲୁଟ୍

କଟକ: ଗହଣା ଦୋକାନରୁ ଅଭିନବ ଉପାୟରେ ପ୍ରାୟ ୮ ଲକ୍ଷ ଟଙ୍କାର ଗହଣା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି କଟକ ସିଡିଏ ସେକ୍ଟର ୭ ଅଞ୍ଚଳର ଏକ ଅଳଙ୍କାର ଦୋକାନରେ। ଗହଣା କିଣିବା ବାହାନାରେ ୩ ଜଣ ଯୁବକ ଏହି ଲୁଟ୍ କରିଛନ୍ତି। ଗହଣା ଦେଖାଇବାକୁ କହି ଦୋକାନୀଙ୍କ ଅନ୍ୟମନସ୍କତାର ସୁଯୋଗ ନେଇ ୩ ଜଣ ଦୁର୍ବୃତ୍ତ ଏକ ଗହଣା ପୁଡ଼ିଆ ଧରି ଚମ୍ପଟ୍ ମାରିଥିଲେ। ଦୋକାନରେ ଲାଗିଥିବା ସିସି କ୍ୟାମେରାରେ ଲୁଟରେ ପୂରା ଦୃଶ୍ୟ କଏଦ ହୋଇଛି।

ମର୍କତ ନଗର ଥାନାରେ ଅଭିଯୋଗ ପରେ ପୋଲିସ୍ ସିସିଟିଭି ଫୁଟେଜକୁ ଆଧାର କରି ତନାଘନା ଆରମ୍ଭ କରିଛି।