କଟକ: ବ୍ରାଉନ୍‌ ସୁଗାର ରାକେଟ୍‌ର କିଙ୍ଗପିନ୍‌ ଗିରଫ

କଟକ: ବ୍ରାଉନ୍‌ ସୁଗାର ରାକେଟ୍‌ କିଙ୍ଗପିନ ଢାରପଡ଼ାର ଗୁଲିଆ ଜେନାକୁ କମିଶନରେଟ୍‌ ପୋଲିସ ଗିରଫ କରିଛି। ଗୁଲିଆଠାରୁ ୩୫୦ ଗ୍ରାମ ବ୍ରାଉନ୍‌ ସୁଗାର ଜବତ କରାଯାଇଛି। ଗୁଲିଆ ସହ ତା’ର ଦୁଇ ଜଣ ସହଯୋଗୀଙ୍କୁ ସିଡିଏ ଫେଜ୍‌-୨ ଥାନା ପୋଲିସ ଗିରଫ କରିଛି। ଜବତ ବ୍ରାଉନ୍‌ ସୁଗାରର ମୂଲ୍ୟ ୭ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ପୋଲିସ୍‌ କମିଶନର ୱାଇ.ବି. ଖୁରାନିଆ କହିଛନ୍ତି, “ଗୁଲିଆର ଦୁଇ ସହଯୋଗୀ ହେଲେ ବାଙ୍କି କଳାପଥର ଅଞ୍ଚଳର ମାନସ […]

bbsr

Rakesh Mallick
  • Published: Monday, 13 June 2016
  • , Updated: 13 June 2016, 09:15 PM IST

କଟକ: ବ୍ରାଉନ୍‌ ସୁଗାର ରାକେଟ୍‌ କିଙ୍ଗପିନ ଢାରପଡ଼ାର ଗୁଲିଆ ଜେନାକୁ କମିଶନରେଟ୍‌ ପୋଲିସ ଗିରଫ କରିଛି। ଗୁଲିଆଠାରୁ ୩୫୦ ଗ୍ରାମ ବ୍ରାଉନ୍‌ ସୁଗାର ଜବତ କରାଯାଇଛି। ଗୁଲିଆ ସହ ତା’ର ଦୁଇ ଜଣ ସହଯୋଗୀଙ୍କୁ ସିଡିଏ ଫେଜ୍‌-୨ ଥାନା ପୋଲିସ ଗିରଫ କରିଛି।

ଜବତ ବ୍ରାଉନ୍‌ ସୁଗାରର ମୂଲ୍ୟ ୭ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

ପୋଲିସ୍‌ କମିଶନର ୱାଇ.ବି. ଖୁରାନିଆ କହିଛନ୍ତି, “ଗୁଲିଆର ଦୁଇ ସହଯୋଗୀ ହେଲେ ବାଙ୍କି କଳାପଥର ଅଞ୍ଚଳର ମାନସ ଜେନା ଓ ଭୁବନେଶ୍ୱରର କୁନା ଖଟେଇ। ଅଭିଯୁକ୍ତମାନଙ୍କଠାରୁ ମୋଟ ୮୦୦ ପ୍ୟାକେଟ ଜବତ ହୋଇଥିଲା। ଯେଉଁଥିରୁ ୩୫୦ ପ୍ୟାକେଟ୍‌ ବ୍ରାଇନ୍‌ ସୁଗାର ଥିବା ବେଳେ ବାକି ପ୍ୟାକେଟ୍‌ରେ ଗୋଡ଼ି ଥିଲା।”

Related story