କଟକ ଜିପିଓରୁ ୪୨ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ୬ ଗରିଫ

କଟକ: କଟକ ଜିପିଓରୁ ୪୨ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜିପିଓର ମୁଖ୍ୟ ତଥା ବରିଷ୍ଠ ପୋଷ୍ଟମାଷ୍ଟର ରତିକାନ୍ତ ସ୍ୱାଇଁଙ୍କ ସମେତ ମୋଟ ୬ ଜଣଙ୍କୁ ମଙ୍ଗଳାବାଗ ଥାନା ପୋଲିସ ଗରିଫ କରିଛି। ଅଭିଯୁକ୍ତମାନଙ୍କ ମଧ୍ୟରେ ଜିପିଓର ତିନିଜଣ କର୍ମଚାରୀ ଅଛନ୍ତି। ବିଡାନାସୀ ଅଞ୍ଚଳର ବାସିନ୍ଦା ପାର୍ଥସାରଥି ବେହେରା ନିଜ ନାମରେ ଜିପିଓରେ ଏକ ଆକାଉଣ୍ଟ ଖୋଲିଥିଲେ। ଏହି ଆକାଉଣ୍ଟରେ ମାତ୍ର ଏକ ହଜାର ଟଙ୍କା ଥିବା ବେଳେ ପାର୍ଥ ଜିପିଓ କର୍ମଚାରୀଙ୍କୁ ହାତକରି ଚେକ ଜରିଆରେ […]

cuttack

Rakesh Mallick
  • Published: Wednesday, 06 July 2016
  • , Updated: 06 July 2016, 06:16 PM IST

କଟକ: କଟକ ଜିପିଓରୁ ୪୨ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜିପିଓର ମୁଖ୍ୟ ତଥା ବରିଷ୍ଠ ପୋଷ୍ଟମାଷ୍ଟର ରତିକାନ୍ତ ସ୍ୱାଇଁଙ୍କ ସମେତ ମୋଟ ୬ ଜଣଙ୍କୁ ମଙ୍ଗଳାବାଗ ଥାନା ପୋଲିସ ଗରିଫ କରିଛି। ଅଭିଯୁକ୍ତମାନଙ୍କ ମଧ୍ୟରେ ଜିପିଓର ତିନିଜଣ କର୍ମଚାରୀ ଅଛନ୍ତି।

ବିଡାନାସୀ ଅଞ୍ଚଳର ବାସିନ୍ଦା ପାର୍ଥସାରଥି ବେହେରା ନିଜ ନାମରେ ଜିପିଓରେ ଏକ ଆକାଉଣ୍ଟ ଖୋଲିଥିଲେ। ଏହି ଆକାଉଣ୍ଟରେ ମାତ୍ର ଏକ ହଜାର ଟଙ୍କା ଥିବା ବେଳେ ପାର୍ଥ ଜିପିଓ କର୍ମଚାରୀଙ୍କୁ ହାତକରି ଚେକ ଜରିଆରେ ଦୁଇଟି ବେସରକାରୀ ବ୍ୟାଙ୍କରେ ଥିବା ତାଙ୍କ ଭଉଣୀ ଆକାଉଣ୍ଟରେ ୪୨ ଲକ୍ଷ ଟଙ୍କା ଜମା କରିଥିଲେ। ୨୦୧୩ ଓ ୨୦୧୪ ମସିହାରେ ୧୫ଟି ଚେକ୍‌ ଜରିଆରେ ଜିପିଓରୁ ଏହି ସରକାରୀ ଅର୍ଥ ଉଠାଯାଇଥିଲା।

ଏହା ଜଣଶପଡିବା ପରେ ଡାକ ବିଭାଗର ସହକାରୀ ଅଧ୍ୟକ୍ଷିକ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ପାର୍ଥ, ଜିପିଓର ବରିଷ୍ଠ ପୋଷ୍ଟମାଷ୍ଟର ରତିକାନ୍ତଙ୍କ ସମେତ ୬ ଜଣଙ୍କୁ ଗରିଫ କରି କୋର୍ଟ ଚାଲାଣ କରିଛି।

Related story