କଟକ: ହୀରାମଣି ସାହୁ ହତ୍ୟାକାଣ୍ଡ ଘଟଣାରେ ୪ ଅଭିଯୁକ୍ତ ଗିରଫ

କଟକ: କଟକ ଭଗବତପୁର ହୀରାମଣି ସାହୁ ହତ୍ୟାକାଣ୍ଡ ଘଟଣାରେ ୪ ଅଭିଯୁକ୍ତଙ୍କୁ ପୁରୀ ଘାଟଥାନା ପୋଲିସ୍ ଗିରଫ କରିଛି। ସେମାନଙ୍କଠାରୁ ୧ କେଜି ୪ ଗ୍ରାମ ସୁନା, ୫୧ ହଜାର ଟଙ୍କା, ୬ଟି ମୋବାଇଲ ଓ ୩ଟି ମୋଟରସାଇକେଲ ଜବତ କରାଯାଇଛି। ଏହି ଘଟଣାରେ ଆଉ ଜଣେ ଅଭିଯୁକ୍ତ ଫେରାର ଥିବା ପୋଲିସ୍ କହିଛି। ଲୁଟ ଉଦ୍ଦେଶ୍ୟରେ ଏହି ହତ୍ୟାକାଣ୍ଡ ଘଟିଥିବା ସମ୍ବାଦିକ ସମ୍ମିଳନୀରେ କମିଶନର ୱାଇ.ବି ଖୁରାନିଆ ସୂଚନା ଦେଇଛନ୍ତି । ଗତ ୧୨ ତାରିଖରେ  […]

cuttack

Rakesh Mallick
  • Published: Thursday, 23 June 2016
  • , Updated: 23 June 2016, 08:22 AM IST

କଟକ: କଟକ ଭଗବତପୁର ହୀରାମଣି ସାହୁ ହତ୍ୟାକାଣ୍ଡ ଘଟଣାରେ ୪ ଅଭିଯୁକ୍ତଙ୍କୁ ପୁରୀ ଘାଟଥାନା ପୋଲିସ୍ ଗିରଫ କରିଛି। ସେମାନଙ୍କଠାରୁ ୧ କେଜି ୪ ଗ୍ରାମ ସୁନା, ୫୧ ହଜାର ଟଙ୍କା, ୬ଟି ମୋବାଇଲ ଓ ୩ଟି ମୋଟରସାଇକେଲ ଜବତ କରାଯାଇଛି। ଏହି ଘଟଣାରେ ଆଉ ଜଣେ ଅଭିଯୁକ୍ତ ଫେରାର ଥିବା ପୋଲିସ୍ କହିଛି। ଲୁଟ ଉଦ୍ଦେଶ୍ୟରେ ଏହି ହତ୍ୟାକାଣ୍ଡ ଘଟିଥିବା ସମ୍ବାଦିକ ସମ୍ମିଳନୀରେ କମିଶନର ୱାଇ.ବି ଖୁରାନିଆ ସୂଚନା ଦେଇଛନ୍ତି ।

ଗତ ୧୨ ତାରିଖରେ  ଦୁର୍ବୃତ୍ତମାନେ ହୀରାମଣିଙ୍କ ଘରେ ପଶି ହାତଗୋଡ଼ ବାନ୍ଧି  ଦେବା ପରେ ଲୁଟ୍ ସହ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା।

Related story