ସାଲେପୁର: ଖଣ୍ଡସାହି ଜଗନ୍ନାଥ ବିଦ୍ୟାପୀଠରେ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ

ସାଲେପୁର: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଖଣ୍ଡସାହି ଜଗନ୍ନାଥ ବିଦ୍ୟାପୀଠରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି। ସ୍କୁଲର ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଏପରି ଗୁରୁତର ଅଭିଯୋଗ ହୋଇଛି। ପ୍ରଧାନଶିକ୍ଷକ ଜଣକ ବିଭିନ୍ନ ବାହାନା କରି ଛାତ୍ରୀଙ୍କୁ ନିଜ ଅଫିସ ଭିତରକୁ ଡାକି ଅସଦାଚରଣ କରିଥିବା ଦଶମଶ୍ରେଣୀ ଛାତ୍ରୀମାନେ ଶ୍ରେଣୀ ଶିକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ। ପ୍ରଧାନ ଶିକ୍ଷକ ଛୁଟିରେ ଥିବାରୁ ଏନେଇ ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ। ଅନ୍ୟପକ୍ଷରେ ଏହି ଅଭିଯୋଗର ତଦନ୍ତ ଚାଲିଛି […]

cuttack

Rakesh Mallick
  • Published: Wednesday, 04 November 2015
  • , Updated: 04 November 2015, 03:14 AM IST

ସାଲେପୁର: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଖଣ୍ଡସାହି ଜଗନ୍ନାଥ ବିଦ୍ୟାପୀଠରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି। ସ୍କୁଲର ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଏପରି ଗୁରୁତର ଅଭିଯୋଗ ହୋଇଛି। ପ୍ରଧାନଶିକ୍ଷକ ଜଣକ ବିଭିନ୍ନ ବାହାନା କରି ଛାତ୍ରୀଙ୍କୁ ନିଜ ଅଫିସ ଭିତରକୁ ଡାକି ଅସଦାଚରଣ କରିଥିବା ଦଶମଶ୍ରେଣୀ ଛାତ୍ରୀମାନେ ଶ୍ରେଣୀ ଶିକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ। ପ୍ରଧାନ ଶିକ୍ଷକ ଛୁଟିରେ ଥିବାରୁ ଏନେଇ ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ। ଅନ୍ୟପକ୍ଷରେ ଏହି ଅଭିଯୋଗର ତଦନ୍ତ ଚାଲିଛି ବୋଲି ନିଶ୍ଚିନ୍ତକୋଇଲି ଥାନା ଅଧିକାରୀ କହିଛନ୍ତି।

Related story