କଟକ: ଲୁହାପଥର ଟ୍ରକ ଲୁଟେରା ଦଳର ୯ ସଦସ୍ୟଙ୍କ ସମେତ ୧୪ ଗିରଫ

କଟକ: ଲୁହାପଥର ବୋଝେଇ ଟ୍ରକଗୁଡିକୁ ଲୁଟ କରୁଥିବା ଏକ ଆନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗକୁ କମିଶନରେଟ ପୋଲିସ ଠାବ କରିବା ସହ ଏଥିରେ ସମ୍ପୃକ୍ତ ୯ ଜଣ ଲୁଟେରାଙ୍କ ସମେତ ୧୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏମାନଙ୍କ ଠାରୁ ଲୁଟ ହୋଇଥିବା ଟ୍ରକ ସହ ୨୬ ମେଟ୍ରିକ ଟନର ଲୁହାପଥର ଜବତ ହୋଇଛି। ପୋଲିସ ସୂତ୍ରରୁ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଥିଲେ ଶିଖରପୁର ବାସିନ୍ଦା ରଶ୍ମୀରଞ୍ଜନ ବାଣୁଆ ବୋଲି ଜଣାପଡିଛି। ପୁରୀ ଜିଲ୍ଲା ଗୋପ ଅଞ୍ଚଳର ଅଜୟ […]

ctc-lootrera

Rakesh Mallick
  • Published: Tuesday, 08 September 2015
  • , Updated: 08 September 2015, 12:12 PM IST

କଟକ: ଲୁହାପଥର ବୋଝେଇ ଟ୍ରକଗୁଡିକୁ ଲୁଟ କରୁଥିବା ଏକ ଆନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗକୁ କମିଶନରେଟ ପୋଲିସ ଠାବ କରିବା ସହ ଏଥିରେ ସମ୍ପୃକ୍ତ ୯ ଜଣ ଲୁଟେରାଙ୍କ ସମେତ ୧୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏମାନଙ୍କ ଠାରୁ ଲୁଟ ହୋଇଥିବା ଟ୍ରକ ସହ ୨୬ ମେଟ୍ରିକ ଟନର ଲୁହାପଥର ଜବତ ହୋଇଛି। ପୋଲିସ ସୂତ୍ରରୁ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଥିଲେ ଶିଖରପୁର ବାସିନ୍ଦା ରଶ୍ମୀରଞ୍ଜନ ବାଣୁଆ ବୋଲି ଜଣାପଡିଛି। ପୁରୀ ଜିଲ୍ଲା ଗୋପ ଅଞ୍ଚଳର ଅଜୟ ନାୟକ ନାମକ ଜଣେ ବ୍ୟକ୍ତି ପରଦା ପଛରେ ରହି ପୁରା ନେଟୱାର୍କକୁ ପରିଚାଳନା କରୁଥିଲେ। ଗତମାସ ୨୬ ତାରିଖରେ ଜଗତପୁର ଥାନାରେ ଦାୟର ହୋଇଥିବା ଲୁହାପଥର ବୋଝେଇ ଟ୍ରକ ଲୁଟ ସମ୍ପର୍କିତ ଏକ ମାମଲାର ତଦନ୍ତ କରୁଥିବା କମିଶନରେଟ ପୋଲିସ ଏହି ଗ୍ୟାଙ୍ଗକୁ ଠାବ କରିଥିବା ପୋଲିସ କମିଶନର ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଏକ ସାମ୍ୱାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

Related story