କଟକ: ନେତାଜୀନଗରରେ ସେକ୍ସ ରାକେଟ୍ ଚାଲିଥିବା ଅଭିଯୋଗ

କଟକ: କଟକ ନେତାଜୀନଗରର ଏକ ଘରେ ସେକ୍ସ ରାକେଟ୍ ଚାଲୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଗତକାଲି ରାତିର ଜଣେ ଯୁବକ ସ୍ଥାନୀୟ ମହିଳାଙ୍କୁ ଅସଦାଚରଣ କରିବା ପରେ ଲୋକେ ଯୁବକକୁ ନିସ୍ତୁକ ମାଡ଼ ମାରିଥିଲେ। ଏଥିସହ ସମ୍ପୃକ୍ତ ଘରେ ଭଙ୍ଗାରୁଜା କରିଥିଲେ। ଏହାପରେ କମିଶନରେଟ୍ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ୩ଜଣ ମହିଳାଙ୍କ ସମେତ ୫ଜଣଙ୍କୁ ଥାନାକୁ ନେଇ ଅଟକ ରଖିଛି।