କଟକ: ଅନ୍‌ଲାଇନ୍‌ ଠକେଇ ଗ୍ୟାଙ୍ଗର ୩ ଗିରଫ

କଟକ: ଅନଲାଇନ୍‌ରେ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ନେଇଥିବା ୩ଜଣ ଠକଙ୍କୁ କମିଶନରେଟ ପୋଲିସ ଝାଡଖଣ୍ଡର ଜାମତାରରୁ ଗିରଫ କରିଛି। ସେମାନଙ୍କ ଠାରୁ ୬ଟି ମୋବାଇଲ, ଗୋଟିଏ ଲାପ୍‌ଟପ୍‌, ନଗଦ ୩୫,୦୦୦ ଟଙ୍କା ଜବତ କରାଯାଇଛି। ଏହି ଅନ୍‌ଲାଇନ ଠକେଇ ଗ୍ୟାଙ୍ଗରେ ଆଉ କିଛି ଲୋକ ସମ୍ପୃକ୍ତ ଥିବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି। ଡିସିପି ସଞ୍ଜୀବ ଆରୋରା କହିଛନ୍ତି, “ପ୍ରଥମେ ଲୁଟେରା ଗ୍ୟାଙ୍ଗ ଲୋକଙ୍କ ଫୋନ୍‌ ନମ୍ବର ସଂଗ୍ରହ କରିଥାନ୍ତି। ପରେ ଫୋନ୍‌ […]

ctc-atm-loot

Rakesh Mallick
  • Published: Tuesday, 17 May 2016
  • , Updated: 17 May 2016, 11:31 AM IST

କଟକ: ଅନଲାଇନ୍‌ରେ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ନେଇଥିବା ୩ଜଣ ଠକଙ୍କୁ କମିଶନରେଟ ପୋଲିସ ଝାଡଖଣ୍ଡର ଜାମତାରରୁ ଗିରଫ କରିଛି। ସେମାନଙ୍କ ଠାରୁ ୬ଟି ମୋବାଇଲ, ଗୋଟିଏ ଲାପ୍‌ଟପ୍‌, ନଗଦ ୩୫,୦୦୦ ଟଙ୍କା ଜବତ କରାଯାଇଛି। ଏହି ଅନ୍‌ଲାଇନ ଠକେଇ ଗ୍ୟାଙ୍ଗରେ ଆଉ କିଛି ଲୋକ ସମ୍ପୃକ୍ତ ଥିବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି।

ଡିସିପି ସଞ୍ଜୀବ ଆରୋରା କହିଛନ୍ତି, “ପ୍ରଥମେ ଲୁଟେରା ଗ୍ୟାଙ୍ଗ ଲୋକଙ୍କ ଫୋନ୍‌ ନମ୍ବର ସଂଗ୍ରହ କରିଥାନ୍ତି। ପରେ ଫୋନ୍‌ କରି ସେମାନଙ୍କ ବ୍ୟାଙ୍କ ଡିଟେଲ ବୁଝିବା ପରେ ଆକାଉଣ୍ଟରୁ ଟଙ୍କା ଉଠାଇ ନେଇଥାନ୍ତି। ଏହି ଗ୍ୟାଙ୍ଗର ସଦସ୍ୟମାନେ ଅନଲାଇନରେ ଜିନିଷପତ୍ର ମଧ୍ୟ କିଣିଥାନ୍ତି।”

Related story