ବ୍ରାଉନ୍‌ସୁଗର ଜବତ, ୨ ଗିରଫ

କଟକ: କଟକ ଓଏମପି ଛକ ନିକଟରୁ ଅବକାରୀ ବିଭାଗ ୧୩୦ ଗ୍ରାମ ବ୍ରାଉନସୁଗର ଜବତ କରିବା ସହ ସେକ ସାହିଦ୍ ଓ ସିକର ସୋରେନ ନାମକ ପ୍ରେମୀ ଯୁଗଳଙ୍କୁ ଗିରଫ କରିଛି। ଉଭୟଙ୍କ ଘର ବାଲେଶ୍ୱର ଅଞ୍ଚଳରେ ବୋଲି ଜଣାପଡ଼ିଛି।

ଆଜି ଅପରାହ୍ନରେ ସେକ ଓ ସିକର ଓଏମ୍‌ପି ବସ୍‌ଷ୍ଟପ୍‌ ନିକଟରେ ଛିଡ଼ା ହୋଇଥିଲେ। ସେମାନଙ୍କ ଚାଲିଚଳନରେ ସନ୍ଦେହ ହେବାରୁ ଅବକାରୀ ବିଭାଗ ପକ୍ଷରୁ ତାଙ୍କ ଜିନିଷପତ୍ର ଯାଞ୍ଚ ବେଳେ ବ୍ରାଉନ୍‌ସୁଗର ମିଳିଥିଲା।