କଟକ: ଦେଉଳସାହିରେ ଗୁଳିକାଣ୍ଡ, ୨ ଆହତ

କଟକ: କଟକର ଦେଉଳସାହିରେ ଆଜି ଗୁଳିକାଣ୍ଡ ଘଟି ଦୁଇ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ସେମାନେ ହେଲେ ପାର୍ବତୀ ଦାସ ଓ ଶୁଭ୍ରା ମହାନ୍ତି। ସେମାନଙ୍କୁ ଏସ୍‌ସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ମହାନ୍ତିଙ୍କୁ ବିଡ଼ାନାସୀ ପୋଲିସ୍ ଗିରଫ କରିଛି। ତା’ଠାରୁ ଗୋଟିଏ ବନ୍ଧୁକ ଓ ଗୁଳି ଜବତ କରାଯାଇଛି। ଜମିଜମା ବିବାଦକୁ କେନ୍ଦ୍ର କରି ଏହି ଗୁଳିକାଣ୍ଡ ହୋଇଥିବା ଜଣାପଡ଼ିଛି। ଜମି ନେଇ ଆଜି ପୂର୍ଣ୍ଣଚନ୍ଦ୍ର ଓ ପାର୍ବତୀଙ୍କ ମଧ୍ୟରେ ବଚସା […]

cuttack-gulikanda

Rakesh Mallick
  • Published: Tuesday, 13 September 2016
  • , Updated: 13 September 2016, 05:08 PM IST

କଟକ: କଟକର ଦେଉଳସାହିରେ ଆଜି ଗୁଳିକାଣ୍ଡ ଘଟି ଦୁଇ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ସେମାନେ ହେଲେ ପାର୍ବତୀ ଦାସ ଓ ଶୁଭ୍ରା ମହାନ୍ତି। ସେମାନଙ୍କୁ ଏସ୍‌ସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ମହାନ୍ତିଙ୍କୁ ବିଡ଼ାନାସୀ ପୋଲିସ୍ ଗିରଫ କରିଛି। ତା’ଠାରୁ ଗୋଟିଏ ବନ୍ଧୁକ ଓ ଗୁଳି ଜବତ କରାଯାଇଛି।

ଜମିଜମା ବିବାଦକୁ କେନ୍ଦ୍ର କରି ଏହି ଗୁଳିକାଣ୍ଡ ହୋଇଥିବା ଜଣାପଡ଼ିଛି। ଜମି ନେଇ ଆଜି ପୂର୍ଣ୍ଣଚନ୍ଦ୍ର ଓ ପାର୍ବତୀଙ୍କ ମଧ୍ୟରେ ବଚସା ହୋଇଥିଲା। ପୂର୍ଣ୍ଣଚନ୍ଦ୍ର ଉତ୍ତେଜିତ ହୋଇ ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ପାର୍ବତୀଙ୍କ ଉପରକୁ ଗୁଳି କରିଥିଲେ। ଏହି ଗୁଳିକାଣ୍ଡରେ ପାର୍ବତୀଙ୍କ ସହିତ ଶୁଭ୍ରା ମହାନ୍ତି ଆହତ ହୋଇଛନ୍ତି।

Related story