କଟକରେ ବୋମାମାଡ଼, ୩ ଆହତ

କଟକ: କଟକ ସତୀଚଉରା ଛକ ଇମାମପଡ଼ା ବସ୍ତିର ବୋମା ଫୁଟି ୩ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁଇ ପରିବାର ମଧ୍ୟରେ ପୂର୍ବ ଶତ୍ରୁତା ଏବଂ କଳହକୁ କେନ୍ଦ୍ର କରି ଏମିତି ଘଟଣା ଘଟିଛି। ବସ୍ତିର ସେଖ ବାବୁ ଓ ସେଖ୍‌ ଲଲ୍ଲୁଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିବା। ଏହି ସମୟରେ ବାବୁ ଧରିଥିବା ବୋମା ହାତରୁ ଖସି ପଡି ବିସ୍ଫୋରଣ ଘଟିଥିଲା। ଏହି ଘଟଣା ପରେ ସେଖ ବାବୁ ଫେରାର […]

ctc

Rakesh Mallick
  • Published: Wednesday, 09 March 2016
  • , Updated: 09 March 2016, 01:51 PM IST

କଟକ: କଟକ ସତୀଚଉରା ଛକ ଇମାମପଡ଼ା ବସ୍ତିର ବୋମା ଫୁଟି ୩ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁଇ ପରିବାର ମଧ୍ୟରେ ପୂର୍ବ ଶତ୍ରୁତା ଏବଂ କଳହକୁ କେନ୍ଦ୍ର କରି ଏମିତି ଘଟଣା ଘଟିଛି।

ବସ୍ତିର ସେଖ ବାବୁ ଓ ସେଖ୍‌ ଲଲ୍ଲୁଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିବା। ଏହି ସମୟରେ ବାବୁ ଧରିଥିବା ବୋମା ହାତରୁ ଖସି ପଡି ବିସ୍ଫୋରଣ ଘଟିଥିଲା। ଏହି ଘଟଣା ପରେ ସେଖ ବାବୁ ଫେରାର ହୋଇଯାଇଛି। ସେଖ ଲଲ୍ଲୁଙ୍କୁ ପୋଲିସ ମର୍କତ ନଗର ଥାନାରେ ଅଟକ ରଖି ପଚରାଉଚରା କରୁଛି।

Related story